Odia News Portal

ଆଜି ସର୍ବାଧିକ ରେକର୍ଡ ସଂଖ୍ୟାକ ୧୪୦୯ କରୋନା ରୋଗୀ ସୁସ୍ଥ

ଭୁବନେଶ୍ଵର : ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ୧୪୦୯ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଂଜାମରୁ ୨୫୮ ଜଣ, ଖୋର୍ଦ୍ଧାରୁ ୨୧୮ ଜଣ, ରାୟଗଡ଼ାରୁ ୧୨୮ ଜଣ, ସୁନ୍ଦରଗଡ଼ରୁ ୧୨୨ ଜଣ, ପୁରୀରୁ ୧୨୧ ଜଣ, ଗଜପତିରୁ ୧୨୦ ଜଣ, କୋରାପୁଟରୁ ୮୪ ଜଣ, କଟକରୁ ୬୮ ଜଣ, ବାଲେଶ୍ଵରରୁ ୫୮ ଜଣ, ନବରଙ୍ଗପୁର ୩୪, କନ୍ଧମାଳ ୩୦, ଯାଜପୁର ୨୫, ମାଲକାନଗିରି ୨୪, କେନ୍ଦୁଝର ୧୯, ବଲାଙ୍ଗୀର ୧୬, ବରଗଡ଼ ୧୨, କେନ୍ଦ୍ରାପଡା ୧୨, ଝାରସୁଗୁଡା ୧୧, ନୟାଗଡ଼ ୧୦, ବୌଦ୍ଧ ୯, ନୂଆପଡା ରୁ ୮ ଜଣ, ମୟୁରଭଞ୍ଜରୁ ୭ ଜଣ, ଢେଙ୍କାନାଳରୁ ୫ ଜଣ, ଭଦ୍ରକରୁ ୪ ଜଣ, ଅନୁଗୁଳ ଏବଂ ଜଗତସିଂହପୁରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଦେବଗଡ଼ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ

ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ପହଞ୍ଚିଲା ୨୪୪୮୨ରେ। ଏତେ ସଂଖ୍ୟାର ସୁସ୍ଥଙ୍କ ପଛରେ ଆଗଧାଡିର କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକ୍‌ତ ସେବାକୁ ଶ୍ରେୟ ଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।