ଗଞ୍ଜାମ : ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ କୋଭିଡ୍ ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇ ନୀରବ ପ୍ରାଥନା କରିଥିବା ବେଳେ।ଗଞ୍ଜାମ ଜିଲ୍ଲା ଆସ୍କା ବସଷ୍ଟାଣ୍ଡ ଠାରେ ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ଵାଇଁଙ୍କ ତତ୍ୱାବଧାନରେ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଧେଶ୍ୟରେ ସନ୍ଧ୍ୟା୬ ଟା ରେ ନୀରବ ପ୍ରାର୍ଥନା କରାଯାଇଛି। ବିଶେଷ କରି ଆସ୍କା ଅଞ୍ଚଳର ଯେଉଁ କାର୍ଯ୍ୟରତ କୋଭିଡ୍ ଯୋଦ୍ଧା ମାନଙ୍କ ମୃତ୍ୟୁ ହୋଇଛି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଠ ସୁତ୍ରୀ ଶପଥ ପାଠ କରି ମହାମାରୀ କରୋନା ରେ ଲୋକଙ୍କ ସେବାରେ ନିଜକୁ ସଦା ସର୍ବଦା ନିୟୋଜିତ କରୁଥିବା ସମସ୍ତ କରୋନା ଯୋଦ୍ଧା ଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ସହଯୋଗ କରିବା ନିତାନ୍ତ ଆବଶ୍ୟକ ବୋଲି ବିଧାୟିକା କହିଛନ୍ତି।ସେହିପରି ଲୋକଙ୍କୁ କିଭଳି ଭାବରେ ଏହି ମହାମାରୀ କରୋନା ସମୟରେ ସୁରକ୍ଷା ଓ ସଚେତନତା କରାଇବା ସେ ଉପରେ ମଧ୍ୟ ଜଣାଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡି ନେତା ତଥା ନିଜକୁ ଏହି ମହାମାରୀ କରୋନା ସମୟରେ ଲୋକଙ୍କ ପାଖରେ ନିଜକୁ ଉତ୍ସଗୃତ କରିଥିବା ବ୍ୟକ୍ତି ନଚିକେତା ସ୍ଵାଇଁ, ପୂର୍ବତନ ଆସ୍କା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡ଼ା, ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ସାମ୍ୱାଦିକ ବୁଲୁ ପ୍ରଣିଗ୍ରାହୀ, ବରଗା ସମିତି ସଭ୍ୟ ଶିବରାମ ନାହକ ସମେତ ବହୁ ସଂଖ୍ଯାରେ ବିଜୁଜନତା ଦଳ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।