ଭୁବନେଶ୍ୱର : ରାଜ୍ୟରେ ନୂତନ ସରକାର ଗଠନ ହେବାକୁ ଇତିମଧ୍ୟରେ ୨ ମାସ ଅତିକ୍ରମ କରିଛି । ତେବେ ସରକାର ଗଠନ ହେବା ପରେ ସରକାରୀ ଅଧିକାରୀଙ୍କସ୍ତରରେ ଅଦଳ ବଦଳ ପ୍ରକ୍ରିୟା ଏକ ନିୟମିତ କାର୍ଯ୍ୟ । ଇତିମଧ୍ୟରେ ରାଜ୍ୟ ସରକାର ଆଇଏଏସ୍ ଓ ଓଏଏସ୍ ଅଧିକାରୀଙ୍କସ୍ତରରେ ଦୁଇଟି ପର୍ଯ୍ୟାୟରେ ବଡ଼ଧରଣର ଅଦଳବଦଳ କରିଛନ୍ତି । କିନ୍ତୁ ଆଇପିଏସ୍ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଏସ୍ପିଙ୍କସ୍ତରରେ ସେପରି ଅଦଳ ବଦଳ ହୋଇନାହିଁ । ଅନ୍ୟ ବିଭାଗ ଭଳି ପର୍ଯ୍ୟାୟକ୍ରମେ ନ ହୋଇ ଆଇପିଏସ୍ ଅଧିକାରୀଙ୍କ ଅଦଳବଦଳ ଏକ ସଙ୍ଗରେ ହୋଇଥାଏ । ଏହାକୁ ଦୃଷ୍ଟି ଦେଲେ ଖୁବ୍ଶୀଘ୍ର ଆଇପିଏସ୍ ଅଧିକାରୀଙ୍କ ସ୍ତରରେ ଅଦଳବଦଳ ଖୁବ୍ଶୀଘ୍ର ହେବ ବୋଲି ଜଣାପଡ଼ିଛି । ପୂର୍ବରୁ ରଥଯାତ୍ରା ପରେ ଏହି ଅଦଳବଦଳ ହେବା ନେଇ ସୂଚନା ମିଳିଥିବା ବେଳେ ବର୍ତ୍ତମାନ କିନ୍ତୁ ପାଟକୁରା ଉପନିର୍ବାଚନ ଶେଷ ହେବା ପରେ କୌଣସି ବି ଦିନ ସରକାର ବରିଷ୍ଠ ପୁଲିସ ଅଧିକାରୀଙ୍କସ୍ତରରେ ବଦଳି ତାଲିକା ପ୍ରକାଶ କରିପାରନ୍ତି ବିଶ୍ୱସ୍ଥସୂତ୍ରରୁ ଜଣାପଡ଼ିଛି ।
