Odia News Portal

ମୋବଇଲ ଚୋରି କରିବାବେଳେ ଧରାପଡିଲେ ଯୁବତୀ

ଭୁବନେଶ୍ଵର : କରୋନା ସମୟରେ ବି ମାତିଛନ୍ତି ଚୋର। ଘରେ ବସି କଳାକନା ବୁଲାଇବାକୁ କରୁଛନ୍ତି ଯୋଜନା। ମୋବଇଲ ଚୋରି କରିବାକୁ ଆସି ଘର ଭିତରେ ପଶିଲେ ଯୁବତୀ। କିନ୍ତୁ ଚୋରି କରିବାବେଳେ ଧରାପଡିଗଲେ ଯୁବତୀ ଜଣଙ୍କ। ସୂଚନା ମୁତାବକ ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜର ଏନ୪ ୨୯୨ପ୍ଲଟରେ ଭଡାରେ ରହୁଥିଲେ ହରିହର ସାହୁ ନାମକ ଜଣେ ବ୍ୟକ୍ତି।

ତେବେ ଆଜି ଅପରାହ୍ନରେ ମୋବାଇଲ ଚୋରି କରିବା ସମୟରେ ଧରାପଡିଲେ ଯୁବତୀ। ସ୍ଥାନୀୟ ଲୋକେ ଅଟକ ରଖି ପଚରା ଉଚୁରା କରିଥିଲେ କିନ୍ତୁ କିଛି କହିନଥିଲେ ଯୁବତୀ ବରଂ ହାତ ଗୋଡ ତଳେ ପଡି କ୍ଷମା କରିଦେବାକୁ କହିଥିଲେ। ତେବେ ପରେ କିନ୍ତୁ ସ୍ଥାନୀୟ ଲୋକେ ଯୁବତୀଙ୍କୁ ନୟାପଲ୍ଲୀ ଥାନାରେ ଜିମା ଦେଇଥିବା ସୂଚନା ରହିଛି।