ଯାଜପୁର : ମାଟି ତଳୁ ମିଳିଲା ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରାଧାନଗର ଗାଁରେ । ମିଳିଥିବା ସୂଚନା ମୁତାବକ ଗତ ଦେଢ ମାସ ତଳେ ରାଧାନଗର ଗ୍ରାମର ବେଣୁଧର ନାୟକ ତାଙ୍କ ଚାଷଜମିରେ ହଳ କରୁଥିବା ବେଳେ ଏହି ସୁନା କଏନ ପାଇଥିଲେ। ଯାହର ଓଜନ ରହିଛି ୭.୫ ଗ୍ରାମ୍। ଏଥିରେ ଦୁଇଟି ଗର୍ତ୍ତ ରହିଛି। ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଏକ ମଶାଲ ଧରିଥିବା ଜଣେ ରାଜାଙ୍କ ମୂର୍ତ୍ତି ଖୋଦିତ ହୋଇଥିବା ବେଳେ ଅନ୍ୟ ପାର୍ଶ୍ଵରେ କେଣସି ପ୍ରାଣୀ କିମ୍ବା ମାନବ ଥିବା ଦେଖିବାକୁ ମିଳିଛି।
ତେବେ ଏହି ସ୍ବର୍ଣ୍ଣ ମୁଦ୍ରା ଘଟଣାରେ ଗବେଷକ ଡ. ନୃସିଂହ ଚରଣ ସାହୁ କହିଛନ୍ତି ଏହା କୁସନ କଏନ , ଯାହାକୁ ଲକେଟ ଭାବେ ବ୍ୟବହାର କରାଯାଏ। ଏହା ଗ୍ରୀକ୍ ହୁଭିସ୍କାର ସୁନା କଏନ।କିନ୍ତୁ ଏଥିରେ ଚାଇନିଜ୍ ଅକ୍ଷରରେ କିଛି ଲୋଖା ହୋଇଥିବାରୁ ଏହା କୌଣସି ଚାଇନା ଶାସକଙ୍କ କାଳର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।