ଆଜି ଦେଶରେ ସମସ୍ତ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୫୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ୨୭ ହଜାର ୭୪କୁ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା କମ ହୋଇଥିବା ବେଳେ ଆଜି ୨୪ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୦୦ ପାର କରିଛି ।
ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭୮୧୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୪୧୫୮୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଜଣାପଡ଼ିଥିବା ୬୨,୫୩୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୩୮୪ ରହିଛି । ୨୪ ଘଣ୍ଟାରେ ୮୮୬ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।