“ଓଡ଼ିଶା ମୋ ପରିବାର – ଜୀବନ ବିନ୍ଦୁ”କାର୍ଯ୍ୟକ୍ରମର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବେ ପ୍ରକାଶ ତ୍ରିପାଠୀ ମନୋନୀତ
ଭୁବନେଶ୍ଵର : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ “ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ” କାର୍ଯ୍ୟକ୍ରମର ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବରେ ବାଣୀବିହାର ପୂର୍ବତନ ସଭାପତି ତଥା ଯୁବ ବିଜେଡି ନେତା ଡଃ ପ୍ରକାଶ ତ୍ରିପାଠୀଙ୍କୁ ମନୋନୀତ କରାଯାଇଛି ।
ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, ସହ ସଂଯୋଜକ ଅତନୁ ସବ୍ୟସାଚୀ ନାୟକ, ଇନଚାର୍ଜ ଦେବୀ ପ୍ରସାଦ ମିଶ୍ର , ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଜୁ ଜନତାଦଳ ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ପ୍ରକାଶ ତ୍ରିପାଠୀ ଧନ୍ୟବାଦ ଜଣେଇବା ସହିତ ଏହି ଗୁରୁଦାୟିତ୍ଵ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।