Odia News Portal

ଥମୁନି ଲଜ୍ଜା : ଦାରିଙ୍ଗିବାଡ଼ି ପରେ ଏବେ ଜି. ଉଦୟଗିରି , ଦଶମ ଶ୍ରେଣୀର ଛାତ୍ରୀ ୪ମାସର ଗର୍ଭବତୀ

କନ୍ଧମାଳ: ଥମୁନି ଲଜ୍ଜାଜନକ ଘଟଣା। ଦାରିଙ୍ଗିବାଡ଼ି ନାବାଳିକା ମା ହେବାର ଦିନକ ପରେ ପୁଣି କନ୍ଧମାଳରୁ ଆସିଛି ଏକ ସମ୍ବେଦନଶୀଳ ଘଟଣା। କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ନାବାଳିକା ଛାତ୍ରୀ ଜଣକ ୪ମାସର ଗର୍ଭବତୀ ଥିବା ନେଇ ପରିବାରବର୍ଗ ଥାନାରେ ଅଭିଯୋଗ କରିଛନ୍ତି। ଘୁମୁସର ଉଦୟଗିରି ପୋଲିସ ରିଙ୍କୁ ନାୟକ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି। ନାବାଳିକାଙ୍କ ଡାକ୍ତରୀ ମାଇନା ପାଇଁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।