ମୋହନା : ଲାଗୁଛି ଯେମିତି ଚୋରା ଗଞ୍ଜେଇ ବେପାରୀଙ୍କ ଭୂସ୍ୱର୍ଗ ପାଲଟିଛି ଗଜପତି ଜିଲ୍ଲାର ମୋହନା ଅଞ୍ଚଳ। ପ୍ରାୟତଃ ଦିନେ ଦୁଇ ଦିନରେ ଥରେ ମୋହନା କିମ୍ବା ଅଡବା ଥାନା ଅଞ୍ଚଳରେ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଉଛି । ଶୁକ୍ରବାର ସକାଳୁ ପୁଣି ୧୧୫ କେଜି ଗଞ୍ଜେଇ ଜବତ କରିଛି ଅଡବା ପୋଲିସ। ପେଟ୍ରୋଲିଙ୍ଗ ସାରି ଫେରୁଥିବା ବେଳେ ଇଡିକିମ ।
ଗୁଣ୍ଡିମା ରାସ୍ତାରେ ଏକ ଟାଟା ଏସିଇ ନଂ-JH-1-DM-3657ରୁ ଏହି ଗଞ୍ଜେଇ ଜବତ କରାଯାଇଛି। ଉକ୍ତ ଗଞ୍ଜେଇ ରାୟଗଡା ଜ଼ିଲ୍ଲା ରୁ ଝାଡ଼ଖଣ୍ଡ ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି । ଜବତ ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ୭୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ପୋଲିସ ଗାଡିଚାଳକ ଝାଡ଼ଖଣ୍ଡ ଲୋହାରଡାଗା ଜ଼ିଲ୍ଲା ସାବେଡା ଗ୍ରାମର ରୋହିତ ଗୋପକୁ ଗିରଫ କରି କୋର୍ଟ ଚାଲାଣ କରିଛି।