Odia News Portal

୨ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ, କଣ ପାଇଁ ଆସନ୍ତୁ ଜାଣିବା

ଜଗତସିଂପୁର :  ବିବାହିତ ମହିଳାଙ୍କ ଘରୁ ୨ ଯୁବକଙ୍କୁ ଆପତ୍ତି ଜନକ ଦ୍ରବ୍ୟ ସହ ଧରିବା ପରେ ବହେ ଛେଚିଲେ ଗାଁ ଲୋକେ । ଦୁହିଁଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିବା ସହ ରାତିସାରା ଗଛରେ ବାନ୍ଧି ରଖିଲେ ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କନକପୁର ଫାଣ୍ଡି ଅନ୍ତର୍ଗତ କାଳିନାଗ ଖାନଚନ୍ଦ୍ରପୁର ଗ୍ରାମରେ ।

ସୂଚନାନୁସାରେ, କାଳିନାଗ ଖାନଚନ୍ଦ୍ରପୁର ଗ୍ରାମରେ ଏକ ପରିବାରରେ ସ୍ୱାମୀ ଘରେ ରହୁନଥିବା ଜନୈକା ମହିଳାଙ୍କ ଘରକୁ ଦୈନିକ କିଛି ଅପରିଚିତ ଯୁବକ ଆସିଥାନ୍ତି। ଗ୍ରାମରେ କିଛି ଦିନ ହେଲା ଛୋଟମୋଟ ଚୋରି ହେଉଥିଲା। ଗୁରୁବାର ରାତିରେ ଦୁଇଜଣ ସନ୍ଦିଗ୍ଧ ଯୁବକ ମହିଳାଙ୍କ ଘରକୁ ଆସି ଦୀର୍ଘ ସମୟ ରହିଥିଲେ। ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ସେମାନେ ସଂପୃକ୍ତ ମହିଳାଙ୍କ ଘରକୁ ଯାଇଥିଲେ ଏବଂ  ଦୁଇ ଯୁବକଙ୍କୁ ଧରି ଆଣି ପଚରାଉଚରା କରିଥିଲେ। ସେମାନଙ୍କ ପକେଟରୁ କିଛି ଆପତ୍ତିଜନକ ଦ୍ରବ୍ୟ ବାହାରିବାରୁ  ଗ୍ରାମବାସୀ ସେହି ଦୁଇ ଯୁବକଙ୍କୁ ବହେ ମାଡ ମାରିଥିଲେ ଏବଂ ଏହା ପରେ ରାତିସାରା ଗୋଟିଏ ଗଛରେ ବାନ୍ଧି ପକାଇ ଦେଇଥିଲେ। ଖବରପାଇ କନକପୁର ଫାଣ୍ଡି ପୋଲିସ ପହଞ୍ଚି ଯୁବକ ଦୁହିଁଙ୍କୁ ଉଦ୍ଧାର କରି ଫାଣ୍ଡିକୁ ନେଇଥିବା ଜଣାପଡିଛି । ଦୁଇ ଯୁବକ ମୁଳିସିଂ ପଞ୍ଚାୟତ ହରିସିଂହପୁର ଗ୍ରାମର ବୋଲି ଜଣାପଡିଛି।