Odia News Portal

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରକ୍ଷା ପଞ୍ଚମୀ ନୀତି

ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରକ୍ଷା ପଞ୍ଚମୀ ନୀତି। ମହାପ୍ରଭୁଙ୍କୁ ସୁବର୍ଣ୍ଣ ରାହୁରେଖା ଲାଗି କରାଯିବ। ଯେଉଁ ରତ୍ନଚିତା ଓ ସ୍ୱର୍ଣ୍ଣ ରାହୁରେଖା ସ୍ନାନପୂର୍ଣ୍ଣିମା ରାତିରେ ଅଣସର ଘରେ ଓଲାଗି ହୋଇଥାଏ।

ସେଥିମଧ୍ୟରୁ ରତ୍ନଚିତା ଚିତାଲାଗି ଅମାବାସ୍ୟା ଦିନ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ। କିନ୍ତୁ ଆଜି ମହାପ୍ରଭୁଙ୍କ ମସ୍ତକରେ ସୁବର୍ଣ୍ଣ ରାହୁରେଖା ଲାଗି ହେବ।