Odia News Portal

ଯୁବକଙ୍କୁ ଭୂଜାଲି ଭୁସି ହତ୍ୟା

ଚାନ୍ଦବାଲି : ପୂର୍ବ ଶତୃତା ଓ ଟଙ୍କା ନେଣଦେଣକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ବାଂଶଡା ଥାନା ଷଣ୍ଢଗଡା ଗାଁରୁ ଆସିଛି ଏପରି ଏକ ଅଭିଯୋଗ। ଷଣ୍ଢଗଡା ଗାଁର ଦୁଃଶାସନ ସାହୁଙ୍କ ପୁଅ ଅଲେଖ ସାହୁଙ୍କୁ ସେହି ଗାଁର ଗୋଟିଏ ପରିବାରର ୪ ରୁ ୫ ଜଣ ମିଶି ପ୍ରଥମେ ଚିଙ୍ଗୁଡି ପ୍ଲାଣ୍ଟ ପାଖରେ ମାଡ ମାରି ନିଜ ଘରକୁ ଟେକିନେଇଥିଲେ ।

ସେଠାରେ ଅଲେଖକୁ ଭୂଜାଲି ଓ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରି ଗାଁ ରାସ୍ତାରେ ଫୋପାଡି ଦେଇଥିଲେ । ପରିବାର ଲୋକେ ଜାଣିବାପରେ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ କଟକ ମେଡିକାଲ ନେଇଥିଲେ।  ସେଠାରେ  ଚିକିତ୍ସାଧିନ ଅବସ୍ଥାରେ ଅଲେଖର ମୃତ ଘଟିଥିଲା । ତେବେ ମୃତ ଅଲେଖ ସ୍ତ୍ରୀ ଓ ବାପା ବାଂଶଡା ଥାନାରେ ଏନେଇ ଅଭିଯୋଗ କଲାପରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।