Odia News Portal

ଆଜି ପୁଣି ସୁସ୍ଥ ହେଲେ ୧୫୪୩ କରୋନା ଆକ୍ରାନ୍ତ 

ଭୁବନେଶ୍ଵର : ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି  ଆଉ ୧୫୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବଭାଗ।  ଦିନକୁ ଦିନ ଯେତେ ପରିମାଣର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେତିକି ପରିମାଣର ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେବେ ଆଜିର ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୪୦୨, ଖୋର୍ଦ୍ଧାରୁ ୨୧୦, କଟକରୁ ୧୩୧, କୋରାପୁଟରୁ ୧୨୮, ଗଜପତିରୁ ୧୧୧, ବାଲେଶ୍ଵର ୮୩, ଯାଜପୁର ୫୮, ସମ୍ବଲପୁର ୪୯, ମାଲକାନଗିରି ୪୭, କନ୍ଧମାଳ ୪୬, ରାୟଗଡା ୩୫, ନୟାଗଡ଼ ୩୩, ଭଦ୍ରକ ୩୧, ଜଗତସିଂହାପୁର ୨୭, କଳାହାଣ୍ଡି ୨୫, କେନ୍ଦୁଝର ୨୩, ଢେଙ୍କାନାଳ ୨୧, ନବରଙ୍ଗପୁର ୧୫, ମୟୁରଭଂଜ ୧୫, ପୁରୀ ୧୪, ବଲାଙ୍ଗୀର ୧୦, କେନ୍ଦ୍ରାପଡା ୧୦, ସୋନପୁର ୭, ଝାରସୁଗୁଡା ୫, ସୁନ୍ଦରଗଡ଼ ୪, ବରଗଡ଼ରୁ ୨ ଏବଂ ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି ।

ତେବେ ଏହି ସୁସ୍ଥମାନଙ୍କୁ ମିଶାଇ ଓଡିଶାରେ ସୁସ୍ଥ ସଂଖ୍ୟା ୩୧୭୮୪ରେ ପହଞ୍ଚିଛି ।