ପୁରୀ : ରାଜ୍ୟରେ ଓଡିଶା-ମୋ ପରିବାର ଜୀବନ ବିନ୍ଦୁର ନୂଆ କମିଟି ପରେ ଆଜି ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଠାରେ ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆୟଯୋନ କରିଥିଲେ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାସୀଷ ଖୁଣ୍ଟିଆ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା-ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜିଲ୍ଲା ଜୀବନ ବିନ୍ଦୁ ସହ ସଂଯୋଜକ ଭଗବାନ ପଡ଼ିହାରି ଓ ବିଜୁ ଜନତା ଦଳର ଅନେକ ଛାତ୍ର, ବରିଷ୍ଠ ନେତ ଉପସ୍ଥିତ ଥିଲେ।
