ଟାଙ୍ଗୀ : ଭିଜିଲାନ୍ସ ଜାଲରେ ଆଜି ଧରାପଡିଛନ୍ତି ଚିଲିକା ବନ୍ୟପ୍ରାଣୀ ଡିଏଫଓ ଆଲୋକ ରଞ୍ଜନ ହୋତା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାଲୁଗାଁ ସ୍ଥିତ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରିଛି।
ଏହା ଛଡା ରାଜଧାନୀ ଭୁବନେଶ୍ଵର ଖଣ୍ଡଗିରି, ଡୁମଡୁମା, ଚନ୍ଦ୍ରଶେଖର ଘର ସମେତ ଜଗତସିଂହପୁର ବିରିଡି ଚାଷୀଖଣ୍ଡ ସ୍ଥିତ ପୈତୃକ ଘର ଓ ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁର ସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି।