ରାଞ୍ଚି : ଦେଶର ଦିନେ ଗୌରବ ସାଜିଥିବା ଅନ୍ତର୍ଜାତୀୟ ଥ୍ରୋ ବଲ୍ ଖେଳାଳି ଏବେ ବିକ୍ରି କରୁଛନ୍ତି ପରିବା। ଦିନେ ଅନ୍ତର୍ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଖେଳି ସ୍ବର୍ଣ୍ଣପଦକ ଜିତି ଦେଶଓ ରାଜ୍ୟର ନାଁ ମଧ୍ୟ ଉଜ୍ବଳ କରିଥିଲେ। ଛୋଟିଆ ଗାଁରୁ ଆସି ଅନ୍ତର୍ଜାତୀୟ ସ୍ତରରେ ଖେିଳିବା ରାଞ୍ଚିର ଅରଗୋଡାରେ ରହୁଥିବା ଅମରଦୀପ କୁମାରଙ୍କ ପାଇଁ ସହଜ ନଥିଲା। କିନ୍ତୁ କରୋନା କାଳରେ ସାରା ଦେଶ ସହ ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏହି ଖେଳାଳି ଜଣକ ପରିବା ବିକ୍ରି କରି ନିଜର ଓ ପରିବାରର ପେଟ ପୋଷିବାକୁ ବାଧ୍ୟ ହୋଇଛନ୍ତି।
୨୦୧୭ରେ ଅମରଦୀପ ଏକ ଟୁର୍ଣ୍ଣାମେଟ ଖେଳିବା ପାଇଁ ନେପାଳ ଯାଇଥାନ୍ତେ । କିନ୍ତୁ ତାଙ୍କ ପାଖରେ ଟଙ୍କା ନଥିଲା। ଏଥିପାଇଁ ତାଙ୍କ ମା’ କଳାବତୀ ନିଜର ସୁନାର ଚୁଡି ବନ୍ଧା ରଖି ଟଙ୍କା ଆଣିଥିଲେ। ମା’ଙ୍କର ଏହି ତ୍ୟାଗକୁ ପୁଅ ବ୍ୟର୍ଥ ହେବାକୁ ଦେଇନଥିଲେ। ୭ ଦେଶର ଏହି ଟୁର୍ଣ୍ଣାମେଣ୍ଟରେ ଦେଶ ପାଇଁ ସ୍ବର୍ଣ୍ଣପଦକ ଜିତିଥିଲେ।
୨୦୨୦ରେ ଆମେରିକାରେ ହେବାକୁ ଥିବା ଅନ୍ତର୍ଜାତୀୟ ଥ୍ରୋ ବଲ୍ ଚମ୍ପିଆନସିପରେ ଅମରଦୀପଙ୍କୁ ଭାଗ ନେବାର ଥିଲା। କିନ୍ତୁ କରୋନା କାରଣରୁ ସେହି ଚମ୍ପିଆନସିପକୁ ରଦ୍ଦ କରିବାକୁ ପଡିଥିଲା। ଅମରଦ୍ବୀପ ଘରେ ଅଭ୍ୟାସ କରି ଘର ଖର୍ଚ୍ଚ ଉଠାଇବା ପାଇଁ ପରିବା ବିକ୍ରି କରୁଛନ୍ତି। ଯାହାଫଳରେ ନିଜର ବାପା-ମାଙ୍କର କିଛି ସାହାଯ୍ୟ କରିପାରିବେ। ଅନ୍ତର୍ଜାତୀୟ ସ୍ତରରେ ଖେଳିସାରିଥିବା ଅମରଦୀପଙ୍କୁ ଏହି ସମୟରେ ସହାୟତାର ସବୁଠାରୁ ଅଧିକ ଆବଶ୍ୟକତା ରହିଛି, କିନ୍ତୁ ସରକାର, ଖେଳ ପ୍ରଶାସନ ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ନାହାନ୍ତି। ଅମରଦୀପଙ୍କ କହିବା ଅନୁସାରେ ଏହି ଖରାପ ସମୟରେ ପରିବା ବିକ୍ରି କରିବା ବ୍ୟତୀତ ଗାଡି ଚଳାଇବାକୁ ପଡୁଛି, ଯେଉଁ କାରଣରୁ ସେ ନିଜର ପାଠପଢା ଏବଂ ପ୍ରାକ୍ଟିସ୍ ଠିକ୍ ଭାବରେ କରିପାରୁଛନ୍ତି।