Odia News Portal

ବାଣପୁର-ବାଲୁଗାଁ ଅଞ୍ଚଳରେ ମାତିଛନ୍ତି ଚୋରା ଦେଶୀ ମଦ ବେପାରୀ

ଟାଙ୍ଗୀ :  ଖୋର୍ଦ୍ଧା  ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ଚୋରା ଦେଶୀ ମଦ ବେପାରୀଙ୍କ ଦୌରାତ୍ମ୍ୟ  ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ପୋଲିସ୍‌ ଏବଂ ଅବକାରୀ ହାତରେ ଧରା ପଡୁଥିଲେ ସୁଦ୍ଧା ଏହି ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି ।

କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରିଣୀ ଶ୍ରୀମତୀ ନିନା ବେଉରାଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ମନୋଜ ବାରିକ ଦ୍ଵାରା ଏକ ଟିମ୍  ଘଣ୍ଟଶିଳା ପାହାଡ଼ ନିକଟସ୍ଥ ହନୁମାନ ମନ୍ଦିର ଠାରେ ଛପି ରହିଥିଲେ।