Odia News Portal

ଜବତ ହେଲା ୧ କୁଇଣ୍ଟାଲ ନୀଳ ଜହର, ୪ ଗିରଫ 

ମୋହନା : ଗଜପତି ଜ଼ିଲ୍ଲା ମୋହନା ଥାନା ପକ୍ଷରୁ ରାଇସିଂ ଛକରେ ଜାନବାହନ ଯାଞ୍ଚ ବେଳେ ଏକ ବୋଲେରୋ ପିକଅପ ନଂ JH-05-CR-1775ରୁ ୫ଟି ପ୍ଲାଷ୍ଟିକ ବସ୍ତା ରେ ଚାଲାଣ କରାଯାଉଥିବା ୧୦୪ କେଜି ଗଞ୍ଜେଇ ଜବତ କରାଯାଇଛି l

ପୋଲିସ ର ଯାଞ୍ଚ ବେଳେ ସନ୍ଦେହ ଜଣକ ଭାବେ ଉକ୍ତ ଗାଡିକୁ ତନଖି କରାଯିବା ବେଳେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା, ଜବତ ଗଞ୍ଜେଇର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।  ଏହାସହ ଗଞ୍ଜେଇ ଭର୍ତ୍ତି ପିକଅପକୁ ଏସ୍କର୍ଟ କରି ନେଉଥିବା ଏକ ସ୍ବିଫ୍ଟ ଡିଜାୟର କାର ନଂ JH-05-Y-8595କୁ ମଧ୍ୟ୍ୟ ପୋଲିସ ଜବତ କରିଛି l