Odia News Portal

ଯୁଦ୍ଧ ଲଢିବାକୁ ପ୍ରସ୍ତୁତ ହେଉଛି ଏହି ଯୁଦ୍ଧବିମାନ

ସିମଲା: ଆଉ କିଛି ଦିନ ପରେ ଦେଶ ପାଳିବାକୁ ଯାଉଛି ୭୪ ତମ ସ୍ୱାଧିନତା ଦିବସ । ହେଲେ ଏହା ପୂର୍ବରୁ ଭାରତୀୟ ବାୟୁସେନା-ଆଇଏଏଫ (IAF-Indian Air Force) ରେ ସାମିଲ ହୋଇ ସାରିଥିବା ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ (Modern Fighter Jet Rafale) ହିମାଚଳ ପ୍ରଦେଶରେ ଉଡାଣ ଆରମ୍ଭ କରିଛି ।

ଭାରତ-ଚୀନ ସୀମା (India-China Border) କୁ ପୃଥକ କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି(Line of Actual Control-LAC) ଅଞ୍ଚଳରୁ ଏକ ସୁରକ୍ଷିତ ଦୂରତାରେ ରାତ୍ରୀ ସମୟରେ ଉଡାଣ ଆରମ୍ଭ କରିଛି ରାଫେଲ ଯୁଦ୍ଧ ବିମାନ । ଚଳିତ ବର୍ଷ ଜୁନ ୧୫-୧୬ ମଧ୍ୟ ରାତ୍ରୀରେ ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ମୁହାଁମୁହଁ ହୋଇଥିଲେ ଭାରତୀୟ-ଚୀନ ସେନା (India-China Army)। ସେବେଠାରୁ ଚୀନକୁ ଜବାବ ଦେବା ଲାଗି  ପ୍ରସ୍ତୁତ ଆରମ୍ଭ କରିସାରିଛି, ଭାରତ । ଏହି କ୍ରମରେ ଯୁଦ୍ଧ ଲଢିବା ଲାଗି ରାଫେଲ ଉଡାଇବା ଆରମ୍ଭ କରିଛି ଭାରତ।

ଚଳିତ ବର୍ଷ ଜୁଲାଇ ୨୯ ତାରିଖରେ ଭାରତରେ ଆସି ପହଞ୍ଚି ଥିଲା ରାଫେଲ ଯୁଦ୍ଧ ବିମାନ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଛି ଏହି ଯୁଦ୍ଧ ବିମାନ । ୟୁରୋପୀୟ କ୍ଷେପଣାସ୍ତ୍ର ନିର୍ମାତା ଏମବିଡିଏ (Europea Missile Maker MBDA) ପକ୍ଷରୁ କୁହାଯାଇଛି ଆକାଶ ମାର୍ଗରେ (Air to Air) ଲକ୍ଷ୍ୟଭେଦ କରିବା ଲାଗି ସ୍କଲପ୍ କ୍ରୁଇଜ ମିସାଇଲ(Scalp Cruise Missile) ଏବଂ ଏମଆଇସିଏ ଅସ୍ତ୍ରଶସ୍ତ୍ର(MICA Weapon) ସହ ସଂଯୁକ୍ତ ହୋଇଛି।

କୌଣସି ପରିସ୍ଥିତିରେ ଚୀନ ସହ ମୁକାବିଲା ଲାଗି ସ୍ଥଳ, ଜଳ, ବାୟୁ ମାର୍ଗରେ  ସାମରିକ ପ୍ରସ୍ତୁତିକୁ ଜୋରଦାର କରିଛି ଭାରତ । ଏହା ସମୁଖ ଯୁଦ୍ଧ (Frontline War) ରେ ଲଢିବା ଲାଗି ସୁଖୋଇ ୩୦ଏମକେଆଇ(Sukhoi 30 MKI), ଜାଗୁଆର (Jaguar) ଏବଂ ମିରାଜ୨୦୦୦ (Mirage 2000) ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ମୁତୟନ କରିଛି ଭାରତ । ଅନ୍ୟପଟେ ଲଦାଖ ଅଞ୍ଚଳରେ ସାମରିକ ଭିତ୍ତିଭୂମିକୁ ମଜବୁତ କରିବାରେ ଲାଗିପଡିଛି ଭାରତୀୟ ସ୍ଥଳସେନା । ଏହା ସହିତ ସମୁଦ୍ର ମାର୍ଗରେ  ଚୀନର ମୁକାବିଲା ଲାଗି ପ୍ରସ୍ତୁତ ହୋଇଉଠିଛି ଜଳସେନା ।