Odia News Portal

ସମ୍ମାନିତ ହେଲେ ଭିଏସସ ନଗର ସରକାରୀ ହାଇସ୍କୁଲର ଛାତ୍ର ଛାତ୍ରୀ

ଭୁବନେଶ୍ଵର : ଆଜି ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ , ଭିଏସସନଗର ତରଫରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭିଏସସନଗର ସରକାରୀ ହାଇସ୍କୁଲରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ଲୋପାମୁଦ୍ରା ଦାସ , ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଇତିଶ୍ରୀ ଦାଶ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପବିତ୍ର କୁମାର ଦାସ ଓ ସୌମ୍ୟ ରଞ୍ଜନ ଦାସଙ୍କୁ ଉପଢୌକନ, ମାନପତ୍ର , ଶିକ୍ଷା ଉପକରଣ ଓ ଭବିଷ୍ୟତରେ ଭଲ ପାଠପଢିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମୂହ ପ୍ରାର୍ଥନା କରାଗଲା।

ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଉତ୍ତର ଭୁବନେଶ୍ୱର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ସମ୍ପାଦକ ସୌମ୍ୟ ରଂଜନ ପ୍ରଧାନ, ସଦସ୍ୟ ଦୀପକ କୁମାର ନାୟକ, ନରେନ୍ଦ୍ର କୁମାର ବିଶ୍ବାଳ , ଲୋକେଶ କୁମାର, ବାଣୀ କଲ୍ୟାଣ ମହାନ୍ତି, ଅକ୍ଷୟ ସ୍ବାଇଁ, ବିନୋଦ ସାହୁ, ସର୍ବଜିତ ସାହୁ, କମଳାକାନ୍ତ ରାଉତରାୟ, ସୁଶାନ୍ତ କୁମାର ମୁଦୁଲି, ସନ୍ତୋଷ କୁମାର ସାହୁ, ଅନନ୍ତ ରେଡ୍ଡୀ , ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର, ଇସା ମହାନ୍ତି , ସୁଚିତ୍ରା ବେହେରା , ସ୍ନେହଲତା ମୁଦୁଲି , ପୁଷ୍ପଲତା ରାଉଳ, ପୁଷ୍ପଲତା ନାୟକ, ଦ୍ରୌପଦୀ ଦେବୀ ପ୍ରମୁଖ ପରିଚାଳନା କରିଥିଲେ।