କଟକ : କଟକ ଜବାହରଲାଲ୍ ନେହରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନଶିପରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ଶୁକ୍ରବାର ମହିଳା ଟିମ୍ ଫାଇନାଲରେ ଭାରତ ୩-୦ରେ ଇଂଲଣ୍ଡକୁ ଏବଂ ପୁରୁଷ ଫାଇନାଲରେ ଭାରତ ୩-୨ରେ ଇଂଲଣ୍ଡକୁ ହରାଇଛି। ମହିଳା ଟିମ୍ ଫାଇନାଲ୍ ମୁକାବିଲା ଏକତରଫା ହୋଇଥିଲା। ଫାଇନାଲ୍ ରାଉଣ୍ଡର ପ୍ରଥମ ମ୍ୟାଚ୍ ଭାରତର ଅର୍ଚ୍ଚତା କାମଥ ଓ ଟିନ୍-ଟିନ୍ ହୋ’ଙ୍କ ମଧ୍ୟରେ ହୋଇଥିଲା, ଯେଉଁଥିରେ ଅର୍ଚ୍ଚନା ୩-୧ (୮-୧୧, ୧୩-୧୧, ୧୧-୯, ୧୧-୯) ଗେମରେ ବିଜୟୀ ହୋଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ।


ନିର୍ଣ୍ଣାୟକ ତଥା ପଞ୍ଚମ ମୁକାବିଲାରେ ଭାରତୀୟ କ୍ୟାପଟେନ୍ ଶରଥ କମଲ୍ ଚମତ୍କାର ପ୍ରଦର୍ଶନ କରି ୩-୦ (୧୫-୧୩, ୧୨-୧୦, ୧୧-୬)ରେ ସାମୁଏଲ୍ ୱାଲକରଙ୍କୁ ହରାଇ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା କରାଇଥିଲେ। ଏହା ପୂର୍ବରୁ ଶୁକ୍ରବାର ସକାଳେ ଭାରତୀୟ ପୁରୁଷ ଟିମ୍ ସେମିଫାଇନାଲରେ ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ପହଞ୍ଚିଥିଲା।