ଭୁବନେଶ୍ୱର : ରାଜଧାନୀରେ ଦିନ କୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ କରୋନା ଭାଇରସ । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୮୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୪ ଜଣ ପୂର୍ବରୁ କ୍ଵାରିଣ୍ଟିଂନ ସେଣ୍ଟରରେ ଥିବା ବେଳେ ୮୩ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ସହରରେ ପଜିଟିଭ ସଂଖ୍ୟା ୪୩୫୮କୁ ବୃଦ୍ଧି ପାଇଥିବା ବେଳେ ଏମଧ୍ୟରୁ ୧୪୧୫ଟି ଆକ୍ଟିଭ କେଶ ରହିଛି ।
ଏଯାବତ ୨୯୧୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସହରରୁ ୨୩ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଅନ୍ୟପକ୍ଷରେ ଆଜି ରାଜଧାନୀର ୧୦୭ ଜଣ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ୧୮୭ ଜଣ ଭୁବନେଶ୍ୱରରୁ ଥିବା ଜଣାଯାଇଛି ।
ଅନ୍ୟ ପକ୍ଷରେ ଆଜି କଟକ ସହରରୁ ୮୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରୁ ୨୧ ଟି ଲୋକାଲ କେଶ ଥିବା କାନଯାଇଛି । ସେମଧ୍ୟରୁ ପୂର୍ବରୁ ୨୪ ଜଣ କଣ୍ଟନମେଣ୍ଟ ଜୋନ୍ରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣାଯାଇଛି । ଯେବେକି ୨୭ ଜଣ ପୂର୍ବରୁ ହୋମ କ୍ଵାରେଣ୍ଟାଇନରେ ଥିଲେ । ଆଜିର ସଂଖ୍ୟାକୁ ମିଶାଇ ମୋଟ ସଂଖ୍ୟା ୧୮୭୯କୁ ବୃଦ୍ଧି ପାଇଛି ।