Odia News Portal

ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ

ଯାଜପୁର : ଚଣ୍ଡିଖୋଲ ବନ ବିଭାଗ ଅଧିନସ୍ଥ ଭୂଷଣ୍ଡପୁର ଗ୍ରାମରୁ ଆଜି ଏକ ବିରଳ ପ୍ରଜାତିର ପାଣି କୂଆ ଉଦ୍ଧାର କରାଯାଇଛି। ପକ୍ଷୀଟି ଆହତ ଅବସ୍ଥାରେ ପଡିଥିବା ଦେଖି ସେହି ଗ୍ରାମର  ବନ୍ୟପ୍ରେମୀ ଅବିନାଶ ସ୍ବେଚ୍ଛାସେବୀ ଅନିଲ ଦାସଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଖବର ପାଇ ଚଣ୍ଡିଖୋଲ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଆହତ ପକ୍ଷୀଟିର ସେବା ସୁଶୃଷା କରିବା ପରେ ଚଣ୍ଡିଖୋଲ କାର୍ଯ୍ୟାଳୟକୁ ଆଣିଥିଲେ।

ପକ୍ଷୀଟିର ବୟସ ୨ରୁ ୩ ବର୍ଷ ଏବଂ ଓଜନ ୫ ରୁ ୭ କେଜି ହେବ ବୋଲି ଜଣାପଡିଛି। ଏମାନଙ୍କ ମୁଖ୍ୟ ଖାଦ୍ୟ ଛୋଟ ଛୋଟ ସାପ। ଏମାନେ ବିଶେଷ କରି ମଧ୍ୟ୍ୟପ୍ରଦେଶ ଭଳି ରାଜ୍ୟରେ ଦେଖା ଯାଆନ୍ତି। ଏହାର ଇଂରାଜୀ ନାମ “ଡାରଟର୍” ବୋଲି ଚଣ୍ଡିଖୋଲ ବନ ବିଭାଗ ଅଧିକାରୀ ଶଶୀ ଭୂଷଣ ବେହେରା ସୂଚନା ଦେଇଛନ୍ତି।