Odia News Portal

ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡକରଲେ ଗାଁ ରୁ ଉଦ୍ଧାର ହୋଇଛି ଏକ ବଜ୍ରକାପ୍ତା। ଗତକାଲି ବିଳମ୍ବିତ ରାତିରେ ଗାଁର ଦୁଲ୍ଲର୍ଭ ପ୍ରଧାନଙ୍କ ଘର ପାହାଚ ତଳୁ ଏହି ବଜ୍ରକାପ୍ତା ମିଳିଛି। ପ୍ରଥମେ ଦୁଲ୍ଲର୍ଭ ଏହାକୁ ଦେଖି ଡରିଯିବା ପରେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ପରେ ଗାଁ ଲୋକେ ବଜ୍ରକାପ୍ତାଟିକୁ ଦେଖି ଚିହ୍ନିପାରିବା ପରେ ଉଦ୍ଧାର କରିଥିଲେ।

ଅନ୍ଯପଟେ ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ପାଇଁ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ ମଧ୍ଯ ବର୍ତ୍ତମାନ ପର୍ଯ୍ଯନ୍ତ ଘଟଣାସ୍ଥଳରେ କେହି ପହଞ୍ଚି ନଥିବା ଜଣା ପଡିଛି।