Odia News Portal

ସନସାଇନ ଯୁବା ସଂଗଠନର ନିଆରା ପ୍ରୟାସ

ଭୁବନେଶ୍ଵର : ଆଜି ସନସାଇନ ଯୁବ ସଂଗଠନ ଓ BMC ମିଳିତ ସହଯୋଗରେ ସହିଦନଗର କଲ୍ୟାଣ ମଣ୍ଡପ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଏହା ସହ ଯୁଵା ସଂଗଠନ ତରଫରୁ ଵୃକ୍ଷରୋପଣ ସହ କରୋନା ସମୟରେ ସାହାଯ୍ୟ ଓ ସହଯୋଗ କରିଥିବା ଅମୀୟ ଦାସ, ଅମରେନ୍ଦ୍ର ମହାପାତ୍ର, ଧୀରେନ୍ଦ୍ର ଠାକୁରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମାସ୍କ ଓ ସ୍ନାନଟାଇଜର ବଣ୍ଟନ କରାଯିବା ସହିତ ସାମାଜିକ ଦୂରତାକୁ ସମ୍ପର୍କରେ ସଚେତନତ କରାଯାଇଥିଲା ।

ଏଥିରେ ମୁଖ୍ୟଅତିଥି ଭାବେ ମଦନ ମୋହନ ପଣ୍ଡା, BMCର ନୋଡାଲ ଅଫିସର ତଥା ଡେପୁଟି କମିଶନର ଅଂଶୁମାନ ରଥ ଓ ସଂଗଠନର ମୁଖ୍ୟ ଉପଦେଷ୍ଟା ସରୋଜ କୁମାର ପାତ୍ର, ଉମାନାଥ ମିଶ୍ର, ସଭାପତି ବିଶ୍ବଜିତ ମହାନ୍ତି, ଆଦର୍ଶ ପଟନାୟକ ଓ ସୁମନ ଵେହେରା, ମୁନା ଗୋଡ଼, ଵିଭୃଦତ ଵିଶ୍ଵାଳ, ସୁଵ୍ରତ ମହାନ୍ତି, ସଚି ନାୟକ, ସୁଭ୍ରଜିତ ମଙ୍ଗରାଜ, ନାରଣ ପ୍ରଧାନ, ଶିବୁରାଜ ମହାପାତ୍ର, ଆଶିଷ ପଟ୍ଟନାୟକ, ସଂଗ୍ରାମ ବିଶ୍ଵାଳ ପରିଶେଷରେ BMC Blood Bank ର ସମସ୍ତ କର୍ମକର୍ତ୍ତାଙ୍କୁ କାର୍ଯ୍ୟର ସଫଳତା ପାଇଁ ଧନ୍ୟବାଦ ଦେଇଥିଲେ ।