କଟକ : ଥାଇଲାଣ୍ଡର ବ୍ୟାଙ୍କକ୍ ଠାରେ ଅଗଷ୍ଟ ୨୪ ତାରିଖରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୩୪ ତମ କିଙ୍ଗସ ୱାର୍ଲଡ଼ କପ ସିପକ ଟାକ୍ରୋ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ମଧୁସ୍ମିତା ବେହେରା ଓ ଇତିଶ୍ରୀ ସାମଲ ଦୁଇ ପ୍ରତିଯୋଗୀ ଭାରତୀୟ ଦଳ ପାଇଁ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତା ପୂର୍ବରୁ ୨୩ ଜୁଲାଇ ଠାରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ଦ ଟାକ୍ରୋ ଫୋଉଣ୍ଡେସନ ଅଫ ଥାଇଲାଣ୍ଡ ପକ୍ଷରୁ ଏକ ଟ୍ରେନିଂ କ୍ୟାମ୍ପ ଅନୁଷ୍ଠିତ ହେବ ।
