ଭୁବନେଶ୍ୱର: ନବୀନଙ୍କ ରଥରେ ପାଣ୍ଡିଆନ ସାରଥୀ। ହଁ ଆଜି ଏହିଭଳି କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ରାଜ୍ୟ ସ୍ତରୀୟ ପବିତ୍ର ସ୍ୱାଧୀନତା ଦିବସର ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆକୁ ଆସିଥିଲେ। ଏହି ସମୟରେ ଦେଖିବାକୁ ମିଳିଥିଲା ଏହି ବିରଳ ଦୃଶ୍ୟ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ.ପାଣ୍ଡିଆନ ନିଜେ ଗାଡି ଚଳାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ୟାରେଡ଼ ଗ୍ରାଉଣ୍ଡକୁ ଆଣିଥିଲେ।
ଏହି ସମୟର ଦୃଶ୍ୟକୁ ଦଳର ସୋସିଆଲ ମିଡ଼ିଆ କାର୍ଯ୍ୟ ବୁଝୁଥିବା ପ୍ରସନଜିତ ପତି ନିଜର ସୋସିଆଲ ମିଡ଼ିଆରେ ଅପଲୋଡ କରିବା ପରେ ବେଶ ଭାଇରାଲ ହେବାରେ ଲାଗିଛି। ସେ ମଧ୍ୟ କହିଛନ୍ତି ହୃଦୟକୁ ଛୁଇଁଲା ଭଳି ଦୃଶ୍ୟ, ଉଭୟଙ୍କ ମଧ୍ୟରେ ଥିବା ଭଲପାଇବା, ସମ୍ମାନ ଉଭୟଙ୍କ ଭିତରେ ନିବିଡ଼ତା ଙ୍କୁ ଦର୍ଶାଉଛି। ଏହିଭଳି ନିବିଡ଼ତା ପାଇଁ ଓଡ଼ିଶା ପ୍ରତ୍ୟକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିପାରୁଛି।