ଭୁବନେଶ୍ଵର : ନୁଆସାହି ୱାର୍ଡ ନଂ – ୩୯ ଅଧୀନରେ ଥିବା ନୁଆସାହିର ଆଞ୍ଚଳିକ ବିକାଶ କେନ୍ଦ୍ର ନୁଆସାହି ତରଫରୁ ସରକାରଙ୍କ ନୀତିନିୟମକୁ ସମ୍ମାନ ଜଣାଇ covid 19ର ନିୟମକୁ ମାନି ଅଳ୍ପ ସକ୍ଷଙ୍କ ମଧ୍ୟରେ ସୀମିତ ରହି ସାମାଜିକ ଦୂରତାକୁ ମାନି ମାସ୍କ ପିନ୍ଧି ଚୌସ୍ତରି ତମ ସ୍ୱାଧୀନତା ଦିବସ ପାଳନ କରାଯିବା ସହ ଅଞ୍ଚଳର ପ୍ରାୟ ଶହେ ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷଙ୍କୁ ମାସ୍କ ବଣ୍ଟନ ସହ ସଚେତନ କରାଯାଇଥିଲା
ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ କେନ୍ଦ୍ରର ସଭାପତି ରମେଶ ଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ରାକେଶ ଚନ୍ଦ୍ର ମହାନ୍ତି, ଯୁଗ୍ମ ସମ୍ପାଦକ ତଥା ସମାଜସେବୀ ମିଲନ କୁମାର ପାଇକରାୟ, ସୂର୍ଯ୍ୟ ନାରାୟଣ ଦାସ ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ମହାନ୍ତି, ମଧୁସୂଦନ ମହାପାତ୍ର ଓ ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ