Odia News Portal

କେବେ ମିଳିବ ହାଡୁ ବଗର୍ଭି ଆତ୍ମହତ୍ୟା ରିପୋର୍ଟ ?

ଭୁବନେଶ୍ବର (ଚକ୍ରଧର ମାଝି) ଜଣକ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ହେଲେ ସରକାର ଫସଲ ହାନୀ କିମ୍ଭା ଋଣ ଭାର ପାଇଁ ଚାଷୀ ଆତ୍ମହତ୍ୟା  କରିଥିବା କେବେ ବି ମାନି ନାହାନ୍ତି। କିନ୍ତୁ ସରକାରଙ୍କ ଏଭଳି ଚାଲକୁ ରାଜ୍ୟସଭାରେ ଧରାପକାଇ ଦେଇଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଯାହା ଏବେ ସରକାରଙ୍କ ପାଇଁ ଆଡୁଆ ସୃ୍ଟେି କରିବାକୁ ଯାଉଛି। ଏପଟେ ବଲାଙ୍ଗୀର ଚାଷୀ ଭକ୍ତ ବନ୍ଧୁ ଦଣ୍ତସେନା ଆତ୍ମହତ୍ୟା କରିବା ପରେ ଚାଷୀ ହାଡୁ ବଗର୍ତୀଙ୍କ ପାଇଁ ଗଠନ ହୋଇଥିବା ଗୃହ କମିଟି ରିର୍ପୋଟ କୁଆଡେ ଗଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।
ଚାଷୀ ସମସ୍ୟାକୁ ନେଇ କେତେ ସିରିୟସ ସରକାର । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସରକାରଙ୍କର କଣ ଦୁଇଟା ନିଷ୍ପିତି କି ? ତାଙ୍କୁ ନେଇ ଏବେ ପ୍ରଶ୍ନ ଉଠୁଛି । କାରଣ ରାଜ୍ୟସଭାରେ ବିଜେଡି ସଂସାଦ ପ୍ରସନ୍ନ ଆଚାର୍ଯ୍ୟ  ଚାଷୀ ଆତ୍ମହତ୍ୟାକୁ ସ୍ବୀକାର କରିବା ଏବଂ ବିଧାନସଭାରେ ବଲାଙ୍ଗୀର ଚାଷୀ ଭକ୍ତବନ୍ଧୁ ଦଣ୍ତସେନାଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉଠିବା ବିଗତ ଦିନର ଅନେକ ପ୍ରଶ୍ନକୁ ସାମ୍ନାକୁ ଆଣିଛି । ଗତ ୪ବର୍ଷ ଧରି ଯେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ସେଥିରୁ ଗୋଟିଏ ବି କେସରେ ଫସଲ ହାନୀ କିମ୍ଭା ଋଣଭାରରେ ଚାଷୀ ଆତ୍ମହତ୍ୟା କରିଥିବା ସରକାର ମାନିନାହାନ୍ତି। କିନ୍ତୁ ରାଜ୍ୟ ସଭାରେ ଦଳର ଜଣେ ସଦସ୍ୟ  ଋଣ ପାଇଁ ଚାଷୀ ଆତ୍ମହତ୍ୟା କରବା ମାନିବା  ସରକାରଙ୍କୁ ଅଡୁଆରେ ପକାଇଛି।
ବିଧାନସଭାରେ ବଲାଙ୍ଗୀର ଚାଷୀ ଭକ୍ତବନ୍ଧୁ ଦଣ୍ତସେନା ଆତ୍ମହତ୍ୟା ଅଭିଯୋଗ ଉଠିବା ପରେ ଆଜି ବରଗଡ ଚାଷୀ ହାଡୁ ବଗର୍ତୀ ଆତ୍ମହତ୍ୟାର ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ ଉଠିଛି ।  ହାଡୁ ବଗର୍ତୀ ଆତ୍ମହତ୍ୟା ଘଟଣା ଉପରେ ବସିଥିବା ଗୃହ କମିଟି ଏଯାଏଁ ରିର୍ପୋଟ ଦେଇନାହିଁ । ୨୦୧୭ରେ  ବରଗଡ ଚାଷୀ ହାଡୁ ବର୍ଗତୀ ଆତ୍ମହତ୍ୟା କରିବା ଘଟଣାକୁ ନେଇ ବିଧାନସଭା ଉଠିଥିଲା ପଡିଥିଲା। ଦିନିଦିନ ଧରି ଗୃହ କାର‌୍ୟ୍ୟ ଠପ ହେବା ପରେ ମାମାଲାର ତଦନ୍ତ ପାଇଁ ଷ୍ଟାଣ୍ତିଂ କମିଟି ଗଠନ ହୋଇଥିଲା । ଷ୍ଟାଣ୍ତିଂ କମିଟି ମଧ୍ୟ ହାଡୁ ବଗର୍ତୀଙ୍କ ଘରକୁ ଯାଇ ତଦନ୍ତ  କରିଥିଲା। ଏଭିତରେ ଦୁଇ ବର୍ଷ ବିତିଯାଥିଲେ ବି କମିଟି ତାର ରିର୍ପୋଟ ଦେଇନାହିଁ।  ଷ୍ଟାଣ୍ତି କମିଟି ନେତୃତ୍ବ ନେଇଥିବା ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଏହି ତଦନ୍ତ ପ୍ରକ୍ରିୟାରେ   ବୁହୁ ଦିଗ ରହିଛି, ସବୁ ଦିଗକୁ ତର୍ଜମା କରିବାରେ ରିର୍ପୋଟ ଦିଆଯିବ।