Odia News Portal

ପୁଣି ମନ କିଣିନେଲେ ଯବାନ, ସହିଦ ପରିବାରକୁ ବଢାଇଲେ ସହାୟତାର ହାତ

ରାଇରଙ୍ଗପୁର : ସ୍ବାଧୀନତା ଦିବସରେ  ସହିଦ ଯବାନଙ୍କ ପରିବାରକୁ  ସହାୟତା ଦେଲେ ମୟୂରଭଞ୍ଜ ଜିଲ୍ଲାର ଅର୍ଦ୍ଧ ସାମରିକ ବାହିନୀ ଓ ସେନା ବାହିନୀରେ କାର୍ଯ୍ୟରତ ଯବାନ। ଗଲୱାନ ଉପତ୍ୟକାରେ ଚୀନ ସେନାଙ୍କୁ ପ୍ରତିହତ କରିବା ସମୟରେ ସହିଦ ହୋଇଥିବା ନାଏବ୍ ସୁବେଦାର ନନ୍ଦୁରାମ୍ ସୋରେନଙ୍କ ପରିବାରକୁ ଏହି ସହାୟତା ପ୍ରଦାନ କରିଛନ୍ତି ଯବାନମାନେ। କରୋନା କାଳରେ ଯବାନମାନଙ୍କ ଏପରି ସହାୟତାକୁ ଅଞ୍ଚଳର ବହୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ଡିଫେନ୍ସ ପର୍ସନେଲ୍ ଆନୁକୂଲ୍ୟରେ ଜିଲ୍ଲାର ଅର୍ଦ୍ଧ ସାମରିକ ବାହିନୀ ଓ ସେନା ବାହିନୀରେ କାର୍ଯ୍ୟରତ ଯବାନମାନେ ନିଜ ନିଜ ଦରମାରୁ ଆଂଶିକ ଅର୍ଥ ସଂଞ୍ଚୟ କରିଥିଲେ। ପରେ ଆଜି ସେମାନେ ସହିଦ ସୋରେନଙ୍କ ପରିବାର ବର୍ଗକୁ ଭେଟି ଚେକ୍ ମାଧ୍ୟମରେ ଅର୍ଥ ପ୍ରଦାନ କରିଛନ୍ତି । ପରିବାର ବର୍ଗଙ୍କୁ ଚେକ୍ ପ୍ରଦାନ କରିବା ସମୟରେ ସେନାର ଯବାନମାନେ କୋଭିଡ୍ କଟକଣାକୁ ମାନି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିଥିଲେ ।

ସହିଦ  ନନ୍ଦୁରାମ ସୋରେନଙ୍କ ସ୍ମୃତିରେ ଏହି ସହାୟତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।  ଯାହାଦ୍ବାରା ଅସୁବିଧାରେ ରହୁଥିବା ଯବାନ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସହାୟତା ପ୍ରଦାନ କରିବାର ଲକ୍ଷ ରଖିଛନ୍ତି  ଏହି କାର୍ଯ୍ୟରତ ଯବାନ ମାନେ ।