Odia News Portal

ଉପରମୁଣ୍ଡରେ ଲଗାଣ ବର୍ଷା : ହୀରାକୁଦ ଡ୍ୟାମ୍‌ରେ ଖୋଲିଲା ୯ଟି ଗେଟ୍‌

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ଡ୍ୟାମ୍‌ରେ ଜଳପତନ ବୃଦ୍ଧି ଘଟିଥିବା ହେତୁ ଗେଟ୍ ଖୋଲାଯାଇଛି। ହୀରାକୁଦ ବନ୍ଧରୁ ମୋଟ ୯ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୧୫.୦୨ଫୁଟ୍‌କୁ ବୃଦ୍ଧି ପାଇଛି ।

ସେହିପରି ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୯ ହଜାର ୫୬୫ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ସ୍ଲୁଇସ୍‌ ଗେଟ୍‌, ପାୱାର୍‌ ଚ୍ୟାନେଲ୍‌ ଏବଂ ବିଭିନ୍ନ କେନାଲ ଦେଇ ମୋଟ୍‌ ୧ଲକ୍ଷ ୪୮ ହଜାର ୩୦୯ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି ।