Odia News Portal

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଜୟପୁର : କରୋନା ସଂକ୍ରମିତ ହେଲେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି। ଶନିବାର କରୋନା ପଜିଟିଭ୍ ଥିବା ତାଙ୍କର ରିପୋର୍ଟ ଆସିଛି । ଏହା ପରେ ମୁଖ୍ୟ ବିଚାରପତି ନିଜକୁ କ୍ଵାରେଣ୍ଟାଇନ୍ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟ୍ଵିଟ୍ କରି କହିଛନ୍ତି, ମୁଁ ଜାଣିବାକୁ ପାଇଲି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଇନ୍ଦ୍ରଜିତ ମହାନ୍ତିଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୁଁ ତାଙ୍କ ଶୀଘ୍ର ସୁସ୍ଥ ହେବାର କାମନା କରୁଛି।

ଉଲ୍ଲେଖନୀୟ ଯେ, ଜଷ୍ଟିସ ମହାନ୍ତି ୨୦୧୯ ଅକ୍ଟୋବର ୬ରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ। ରାଜ୍ୟପାଳ କଲରାଜ ମିଶ୍ର ଇନ୍ଦ୍ରଜିତ ମହାନ୍ତିଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।