ଗୋପ : ପୁରୀ ଗୋପ ଥାନା ସୋରଭା ପଂଚାୟତ ପାଇକ ସହି ରେ ଅଭାବନୀୟ ଘଟଣା। ଜଣେ ୧୫ ମାସର ଛୋଟ ଶିଶୁକୁ ତାର ମା ଗୋଡ଼ ହାତ ଭିଡି ଅତ୍ୟନ୍ତ ଅମାନୁଷିକ ଭାବେ ବାଡୋଉ ଥିବା ଘଟଣା ଜଣା ପଡ଼ିଛି। ଏ ନେଇ ଦୃଶ୍ୟ ସିସିଟିଭିରେ କଏଦ ପରେ ଏହା ଜଣା ପଡ଼ିଛି। ଏହାକୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ପୁରୀ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ଗୋପ ଥାନା ଅଧିକାରୀ ଉକ୍ତ ସ୍ଥଳରେ ପହଂଚି ପିଲା ଟିକୁ ଉଧାର କରିଛନ୍ତି। କଣ ଓ କହିଁକି ପିଲା ଟିକୁ ତାର ମା ନିର୍ଯ୍ୟାତନା ଦେଇ ଚି ସେ ନେଇ ତଦନ୍ତ ଚାଲିଛି।
ସୂଚନା ଅନୁଯାୟୀ ଗୋପ ଥାନା ସୋରଭା ପଂଚାୟତର ପାଇକ ସାହିରେ ରୁହନ୍ତି ଚକ୍ର ଧର ନାଏକ ଓ ତାଙ୍କ ପରିବାର। ତେବେ ଦୀର୍ଘ ଦିନ ହେବ ଚକ୍ରଧର ଓ ତାଙ୍କର ପତ୍ନୀ ରୋଜାଳୀନ ନାଏକଙ୍କ ମଧ୍ୟରେ ଘରୋଇ କଳହ ଲାଗି ରହିଥିଲା। ତେବେ ଚକ୍ରଧର ଭୁବନେଶ୍ୱରରେ ବ୍ୟବସାୟ କରୁଥିବା ବେଳେ ଘରେ କାହିଁକି ଗଣ୍ଡଗୋଳ ହେଉଛି ସେ ଜାଣିବା ପାଇଁ ସିସିଟିଭି ଲଗାଇ ଥିଲେ। ପରେ ସେ ଗତ ୧୧ ତାରିଖ ଫୁଟେଜ ଦେଖିଲେ ଯେ ତାଙ୍କ ପତ୍ନୀ ତାଙ୍କର ଛୋଟ ଶିଶୁ ଟିକୁ ଅତି ଅମାନୁଷିକ ଭାବେ ମାଡ଼ ମାରୁଛନ୍ତି। ଏ ନେଇ ଜଣାପଡିବା ପରେ ସ୍ତାନୀୟ ଲୋକ ପୋଲିସକୁ ଖବର ଦେଇ ଶିଶୁଟିକୁ ଉଦ୍ଧାର କରିଛନ୍ତି। ଅନ୍ୟପଟେ ଶିଶୁର ମା ରୋଜଳୀନଙ୍କ କହିବା କଥା ତାଂକ ଶାଶୁ ଓ ପରିବାର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି। ଏଣୁ ସେ ଅତି ରାଗି ଯାଇ ଏଭଳି କାର୍ଯ୍ୟ କରିଛନ୍ତି ।