Odia News Portal

ଧୋନୀଙ୍କୁ ପସନ୍ଦ କରନ୍ତି ଏହି ଷୋଡଷୀ ନାୟିକା, ଆସନ୍ତୁ ଜାଣିବା ତାଙ୍କର ନାମ …

ଆଜିର ସମୟରେ ଦେଖିବାକୁ ଗଲେ ଭାରତୀୟ କ୍ରିକେଟ୍ ଟିମର ଖେଳାଳିଙ୍କ ଫିଟନେସ ଅତିବ ଆକର୍ଷଣୀୟ।  ଏମିତିରେ ଦେଖିବାକୁ ଗଲେ ଖେଳ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ନିୟମିତ ଖେଳ ଓ ବ୍ୟାୟାମ ଦ୍ୱାରା ବଡିର ଫିଟନେସ ଠିକରହେ ଓ ବ୍ୟକ୍ତିତ୍ୱ ଅକାର୍ଷକ ହୋଇଥାଏ। ଏଣୁ ଟିମ ଇଣ୍ଡିଆର କ୍ରିକେଟର ଏବେ ଫିଟନେସ୍ ଉପରେ ଅଧିକ ଗୁରୁତ୍ୱଦେଉଛନ୍ତି। ଖାସ ସେଥିପାଇଁ ଚଳଚିତ୍ର ହେଉ କି ଟିଭି ଇଣ୍ଡଷ୍ଟ୍ରି ନାୟିକାମାନେ କ୍ରିକେଟରଙ୍କ ଉପରେ ଫିଦା ରହୁଛନ୍ତି। ଏମିତି ଜଣେ ଷୋଡଷୀ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେନ୍।

ଅନୁଷ୍କା କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ବେଶ ପସନ୍ଦ କରନ୍ତି। ତାଙ୍କ ଖେଳିବା ଶୈଳୀ, ବଡି ଫିଟନେସ୍ ଓ କ୍ୟାରିୟର ପାଇଁ ଅନୁଷ୍କା ତାଙ୍କୁ ଖାସ ପସନ୍ଦ କରୁଥିବା କହନ୍ତି। ଅନୁଷ୍କାଙ୍କ ବୟସ ଏବେ ମାତ୍ର ୧୬  ବର୍ଷ। ହେଲେ କ୍ରିକେଟ ଓ କ୍ରିକେଟରଙ୍କ ପ୍ରତି ତାଙ୍କର ରହିଛି ଗଭୀର ଋଚି । ଏଥିରେ ସେ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳିଙ୍କ ଅପେକ୍ଷା ଧୋନୀଙ୍କୁ ବେଶ୍ ପସନ୍ଦ କରୁଥିବା ବେଳେ ନିଜେ ତାଙ୍କର ଫ୍ୟାନ  ବୋଲି ମଧ୍ୟ କହନ୍ତି। ଅନୁଷ୍କା ସେନ୍ ଅନେକ ଟିଭି ସିରିଏଲରେ କାମ କଲେଣି। ସେ ଅଭିନୟ କରିଥିବା  ଲୋକପ୍ରୀୟ ଟେଲିଭିଜନ ସିରିଏଲ ମଧ୍ୟରେ ବାଲବୀର, ଦେବୋଙ୍କେ ଦେବ ମହାଦେବ ଅନ୍ୟତମ। ଏହା ଛଡା ସେ ଏବେ ଏକ ଇଣ୍ଟରନେଟ୍ ସୋ ଝାନସୀ କି ରାନୀରେ ଲକ୍ଷ୍ମୀବାଇ ଭୂମିକାରେ ମଧ୍ୟ ଅଭିନୟ କରୁଛନ୍ତି।