Odia News Portal

ରାଜଧାନୀରେ ଉଲଗ୍ନ ପାଗଳର ଉନ୍ମତ୍ତ କାଣ୍ଡ

ରାଜଧାନୀରେ ପାଗଳର ଉନ୍ମତ୍ତ କାଣ୍ଡ। ଯାହାକୁ ଦେଖିଲା ଗୋଡାଇ ଗୋଡାଇ ପିଟିଲା। ନିଜ ଦେହରୁ ଡ୍ରେସ ସବୁକୁ ଓହ୍ଲାଇ ରାସ୍ତା ମଝିରେ ଆତଙ୍କ ଖେଳାଇ ଦେଲା। କହିବାକୁ ଗଲେ ରାସ୍ତା ମଝିରେ ପୁରା ପାଇକ ଅଖଡା ଭଳି ଖେଳ ଦେଖାଉଥିଲା। ବାଡିକୁ ବୁଲାଇ ମୁଣ୍ଡକୂ ହଲାଇ ମାରଣା ଷଣ୍ଢ ଭଳି ଆଚରଣ କରିଚାଲିଥିଲା । ଆଜି ସକାଳ ୧୦.୪୫ରେ ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା ପାଗଳର ଏଭଳି ଭୟଙ୍କର କାଣ୍ଡ। ଅନେକ ଲୋକ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପାଗଳ ଜଣକ ଏମିତି ହିଂସ୍ର ହୋଇ ପଡିଥିଲା ଯେ କାବୁ କରିବା କଷ୍ଟକର ହୋଇପଡିଥିଲା। ଏମିତିକି ପୋଲିସ ମଧ୍ୟ କାବୁ କରିବାରେ ଫେଲ୍ ମାରିଥିଲା। କାରଣ ତା ପାଖକୁ ଯିଏ ବି ଯାଉଥିଲା ତାକୁ ଆକ୍ରମଣ କରିଥିଲା ।

ଲୋୟର ପିଏମଜିର ଧାରଣା ପ୍ଲେସ ହଠାତ ହୋଇଗଲା ଜନଗହଳି। ଗୋଟିଏ ପାଗଳ ସମସ୍ତଙ୍କୁ ନୟାନ୍ତ କରିସାରିଥିବାର ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା । ଠକ୍ ସେହିସମୟରେ ଆମ ପ୍ରତିନିଧି ଲୋୟର ପିଏମଜିରେ ପହଞ୍ଚିଯାଇଥିଲେ, ଆଉ ଏହି ଦୃଶ୍ୟକୁ ରେକର୍ଡ କରିଥିଲେ। ବେଶ୍ କିଛି ସମୟ ପାଗଳ, ପୋଲିସ ଓ ସାଧାରଣ ଜନତା ମଧ୍ୟରେ ଏକ ପ୍ରକାର ଖଣ୍ଡଯୁଦ୍ଧ ଚାଲୁ ରହୁଥିଲା। ଏଥିରେ କିଛି ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ। ଏହାକୁ ଦେଖି କିଛି ଲୋକ ମନୋରଞ୍ଜନ ମଧ୍ୟ କରୁଥିଲେ। ଶେଷରେ କିଛି ଲୋକ ହେଲମେଟ ଓ ହାତରେ ପ୍ଲାଷ୍ଟିକ ଚେୟାର ଧରି ପାଗଳ ଆଡକୁ ଯାଇଥିଲେ। ଆଉ ପାଗଳର କିଛି ପ୍ରହାର ଖାଇ ତାକୁ କାବୁ କରିଥିଲେ। ପରେ ପୋଲିସ ତାକୁ ଉଦ୍ଧାର କରି କ୍ୟାପିଟାଲ ଥାନାକୁ ନେଇଛି। ତେବେ ଏପର୍ଯ୍ୟନ୍ତ ପାଗଳ ଜଣକ କେଉଁଠୁ ଆସିଛି ଓ ତାର ପରିଚୟ କଣ ତାହା ଜଣା ପଡିନାହିଁ।