ସାଲେପୁର: ପୁଅର ଅଧୁରା ସ୍ୱପ୍ନକୁ ପୂରୁଣ କରିବା ପାଇଁ ସ୍ୱାଧିନତା ଦିବସର ଏହି ପବିତ୍ର ଦିନରେ ସମାଜସେବା ପାଇଁ ଆଗେଇ ଆସିଲେ ଡାକ୍ତର ଦମ୍ପତି। ପୁଅର ସ୍ୱପ୍ନ ଥିଲା ସମାଜସେବା କରିବା। ପିଲାଟି ଦିନରୁ ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ମଧ୍ଯ କରିଚାଲିଥିଲେ। ହେଲେ ଦଇବର ବିଚାର ବୋଧେ ଭିନ୍ନ ଥିଲା। ମାତ୍ର ୨୩ ବର୍ଷ ବୟଷରେ କ୍ୟାନସରେ ପିଡିତ ହୋଇ ଆରପାରକୁ ଚାଲିଗଲା ଏକମାତ୍ର ପୁଅ ।
କଟକ ସିଡିଏର ଏହି ଡାକ୍ତର ଦମ୍ପତି ଏବେ ପଣ କରଛନ୍ତି ପୁଅକୁ ତ ବଞ୍ଚାଇ ପାରିଲେନି ହଲେ ପୁଅର ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ତାଙ୍କ ନାମରେ ଏକ ଟ୍ରଷ୍ଟ ଗଠନ କରି ନିଶ୍ଲୁକ ଭାବେ ଲୋକଙ୍କ ସେବା କରିବେ। ଏନେଇ ପୁଅର ନାମରେ ଆଶୁତୋଷ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ୍ ଗଠନ କରିଛନ୍ତି ସେମାନେ।
କଟକ ସାଲେପୁର ଠାରେ ଥିବା ଏକ ଜରାଶ୍ରମ ଠାରେ ଉଭୟ ଡାକ୍ତର ଦମ୍ପତି ଭିକେ ସେନ୍ ଗୁପ୍ତା ଓ ତାଙ୍କ ପତ୍ନି ଆଦିତି ବିଷ୍ଣୁ ଉଭୟ ପହଁଚି ଟ୍ରଷ୍ଟର ଶୁଭାରମ୍ଭ କରିବାସହ ଜରା ନିବାସର ଅନ୍ତେବାସୀଙ୍କୁ ଫଳ ମିଠା ବଣ୍ଟନ କରିଥିଲେ। ଖାଲି ସେତିକି ନୁହେଁ, ଅନ୍ତେବାସୀଙ୍କ ଠାରୁ ଆଶ୍ରିବାଦ ନେଇଛନ୍ତି ଯେପରି ଆଗାମି ଦିନରେ ଏହି ଟ୍ରଷ୍ଟ ପକ୍ଷରୁ ଏକ କର୍କଟ ଚିକିତ୍ସାଳୟ କରି ଲୋକଙ୍କୁ ସେବା ଯୋଗାଇବେ ଏହି ଡାକ୍ତର ଦମ୍ପତ୍ତି।