Odia News Portal

୪୫ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ମାଲକାନଗିରି : ଗତ କିଛି ଦିନ ହେବ ରାଜ୍ଯରେ ଲାଗିରହିଛି ବର୍ଷା । ଯାହା ପ୍ରଭାବରେ ଅନେକ ଜିଲ୍ଲା ଜଳବନ୍ଦୀ ଅବସ୍ଥାରେ ରହିଛି । ବିଶେଷ କରି ମାଲକାନଗିରି ଜିଲ୍ଲା ଏହି ବର୍ଷା କାରଣରୁ ବିଶେଷ ରୂପେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଜିଲ୍ଲାରେ ପାଣି ଘେରରୁ ଉଦ୍ଧାର ହୋଇଛନ୍ତି ୪୫ଜଣ। ପଡିଆ ବ୍ଲକ ବୋଜାଗୁଡା ଗାଁରୁ ୪୫ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଏହି ଗାଁ ନିକଟରେ ସାବରୀ ନଦୀ ରହିଥିବାରୁ ପ୍ରବଳ ବର୍ଷାରେ ଜଳବନ୍ଦୀ ହୋଇ ରହିଥିଲେ ଗ୍ରାମବାସୀ। ପୋଡିଆ ଓ ମାଲକାନଗିରି ଅଗ୍ନିଶମ ବିଭାଗର କର୍ମଚାରୀ ଗାଁରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା।