ମୁମ୍ବାଇ : ଭାରତର ବହୁ ଚର୍ଚ୍ଚିତ ମହିଳା ବକ୍ସର ଏଲ୍ ସରିତା ଦେବୀ ଓ ସ୍ୱାମୀ ଚଙ୍ଗଥାମ ଥୋଇବା ସିଂହ କରୋନା ସଂକ୍ରମିତ ହୋଇଛନ୍ତି । ଗତ କିଛି ଦିନ ଥଣ୍ଡା ଲାଗି ରହିବା ଫଳରେ ଉଭୟ କୋଭିଡ୍ ଟେଷ୍ଟ କରାଇଥିଲେ। ରିପୋର୍ଟ ପଜିଟିଭ ବାହାରିବା ପରେ ଉଭୟଙ୍କ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛଇ । ପରିବାରର ଅନ୍ୟ କୌଣସି ସଦସ୍ୟ କରୋନା ସଂକ୍ରମିତ ହୋଇ ନଥିବାରିବୋର୍ଟରୁ ଜଣା ପଡ଼ିଛି ।
ସୂଚନାଯୋଗ୍ୟ, ସରିତା ଦେବୀ ଭାରତର ଅନ୍ୟତମ ସଫଳ ମହିଳା ବକ୍ସର ଭାବେ ପରିଚିତ। ସେ ବିଶ୍ୱ ଚାମ୍ପିଅନ୍ସିପ୍ରେ ୩ଟି ପଦକ ହାସଲ କରିଛନ୍ତି। ୨୦୦୬ରେ ସେ ସ୍ୱର୍ଣ୍ଣ ପଦକ, ୨୦୦୫ ଓ ୨୦୦୮ରେ ବ୍ରୋଞ୍ଚ ପଦକ ହାତେଇଥିଲେ। ସେ ଏସୀୟ ଚାମ୍ପିଅନ୍ସିପ୍ରେ ୫ଥର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୨୦୧୪ ଏସୀୟ କ୍ରୀଡ଼ାରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ।