ରାଉରକେଲା : ନକଲି ଆଇପିଏସ୍ ଅଫିସର୍ ଶର୍ମିଷ୍ଠା ସାହୁ ପୁଣି ପୁଲିସ ଦ୍ୱାରା ଅଟକ। ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ନକଲି ପରିଚୟ ଦେଇ ସେ ପୁଲିସ ଦ୍ୱାରା ଥାନାକୁ ଯାଇଥିଲେ । ପୁଲିସ ଅଣ୍ଡରଟେକିଂ ନେଇ ଛାଡିଥିଲା । ଏବେ ପୁଣି ସେହି ନକଲି ପରିଚୟ ଦେଇ ଶର୍ମିଷ୍ଠା ସାହୁ ଗିରଫ । ରାଉରକେଲା ଉଦିତ ନଗର ପୁଲିସ ତାଙ୍କୁ ଅଟକ ରଖିଛି
ରାଉରକେଲା- ନକଲି IPS ଅଟକ ଅଟକ କଲା ଉଦିତ ନଗର ପୋଲିସ । ବାସନ୍ତୀ କଲୋନୀ ଏକ ବାଇକ ସୋ ରୁମରେ ନକଲି IPS ର ପରିଚୟ ପତ୍ର ଦେଇ ବାଇକ ନେଇଥିଲେ । ଅଭିଯୋଗ ପରେ ରାଉରକେଲା ର ଏକ ହୋଟେଲ ରୁ ପୋଲିସ ତାଙ୍କୁ ଧରିଥିଲା । ନକଲି IPS ନାଁ ଶର୍ମିଷ୍ଠା ବେହେରା । ଘର ଭୁବନେଶ୍ୱର ଅଂଚଳରେ ।ପୂର୍ବରୁ ଭୁବନେଶ୍ୱର ରେ IPS ପରିଚୟ ଦେଇ ଗିରଫ ହୋଇଥିବା ସୂଚନା ।
ସୂଚନାଯୋଗ୍ୟ ତାଙ୍କର ପୂର୍ବ କର୍ତ୍ତୃତ୍ୱ ଏପରି ଥିଲା । ମୁଁ ଆଇପିଏସ୍ ଶର୍ମିଷ୍ଠା କହୁଛି… । କଟକ-ପୁରୀ ବାଇପାସ୍ ରୋଡ୍ରେ ଡ୍ୟୁଟି କରୁଥିବା ଅମକ କନେଷ୍ଟବଳଙ୍କୁ ଭଲ ଜାଗାରେ ପୋଷ୍ଟିଙ୍ଗ୍ କର… । ନହେଲେ ପରେ ଯାହା ହେବ ମତେ କହିବନି… । ରିଜର୍ଭ ପୁଲିସକୁ ଏମିତି ଅର୍ଡର ଦେଉଥିବା ଜଣେ ନକଲି ମହିଳା ଆଇପିଏସ୍ଙ୍କ କାରନାମା ପଦାକୁ ଆସିଛି । ସେ ହେଉଛନ୍ତି କ୍ୟାପିଟାଲ୍ ଥାନା ଅଧୀନ ଫରେଷ୍ଟ ପାର୍କରେ ରହୁଥିବା ଶର୍ମିଷ୍ଠା ବେହେରା (୩୦) । ପୁଲିସ୍ ତାଙ୍କ ଠାରୁ ନକଲି ବନ୍ଧୁକ, ଆଇ କାର୍ଡ, ପୁଲିସ ପୋଷାକ ଜବତ କରିଛି । ଶର୍ମିଷ୍ଠା ଗର୍ଭବତୀ ଥିବାରୁ ପୁଲିସ୍ ତାକୁ କୋର୍ଟ ଚାଲାଣ ନ କରି ନୋଟିସ୍ ଧରାଇ ଛାଡ଼ି ଦେଇଥିବା ଜଣାପଡ଼ିଛି ।
ପୂରା ଘଟଣା ହେଉଛି… ଶର୍ମିଷ୍ଠା ଜଣେ ଉଚ୍ଚ ଶିକ୍ଷିତା । ତାଙ୍କ ଘର ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳରେ । ସେ ଭଦ୍ରକର ଭଣ୍ଡାରୀପୋଖରୀ ଅଞ୍ଚଳରେ ବିବାହ କରିଛନ୍ତି। ତାଙ୍କ ସ୍ୱାମୀ ଜଣେ କନେଷ୍ଟବଳ । ସେ କମିଶନରେଟ୍ ପୁଲିସରେ କାର୍ଯ୍ୟରତ ଅଛନ୍ତି। ଶର୍ମିଷ୍ଠା ଏବେ ଫରେଷ୍ଟପାର୍କ ଅଞ୍ଚଳରେ ଘର ଭଡ଼ା ନେଇ ରହିବା ସହ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଇପିଏସ୍ ହେବାକୁ ତାଙ୍କର ଭାରି ଇଚ୍ଛା। ଏମିତି କି ସେ ପୁଲିସ୍ ପୋଷାକ ଓ ଖେଳନା ବନ୍ଧୁକ କିଣି ନିଜ ପାଖରେ ରଖିଛନ୍ତି। ୧୫ ଦିନ ତଳେ ସେ ରିଜର୍ଭ ଇନ୍ସପେକ୍ଟର (ଆର୍ଆଇ) ବିଜୟ ରତନମ୍ଙ୍କୁ ଫୋନ୍ କରି ସେ ନିଜକୁ ଆଇପିଏସ୍ ଶର୍ମିଷ୍ଠା ବୋଲି ପରିଚୟ ଦେଇଥିଲେ ।
ଆଉ କହିଥିଲେ, ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀରେ ସେ ଟ୍ରେନିଂ ଦେଉଥିଲେ । କରୋନା ପାଇଁ ମତେ ଏବେ କମିଶନରେଟ୍ ପୁଲିସ୍ ଅଧୀନରେ ସ୍ୱତନ୍ତ୍ର ଭାବେ ପୋଷ୍ଟିଂ କରାଯାଇଛି । ଏହା ଶୁଣି ଆର୍ଆଇ ବିଜୟ ତାଙ୍କୁ ସମ୍ମାନ ଦେଇ କଥା ହୋଇଥିଲେ । ଶର୍ମିଷ୍ଠା କିଛି କନେଷ୍ଟବଳଙ୍କୁ ରିଜର୍ଭ ଅଫିସ୍ରେ ଡ୍ୟୁଟି ପକାଇବାକୁ ବିଜୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ଅର୍ଡରକୁ ଅକ୍ଷରେ ଅକ୍ଷରେ ମାନି ବିଜୟ ସମ୍ପୃକ୍ତ କନ୍ଷ୍ଟେବଲ୍ମାନଙ୍କ ଡ୍ୟୁଟିକୁ ତାଙ୍କ ଅଫିସ୍କୁ ବଦଳାଇ ଥିଲେ ।
ଶର୍ମିଷ୍ଠାଙ୍କ ଏମିତି ନଖରାମୀର ତାଲିକା ଆହୁରି ଲମ୍ବା ରହିଛି । ସେ ଏକ କାର୍ରେ ସହରରେ ବୁଲିବା ସହ କେଉଁଠି କେମିତି ଚେକିଂ ହେଉଛି ତାକୁ ଜଣେ ଆଇପିଏସ୍ ଅଧିକାରୀ ଢଙ୍ଗରେ ପରଖୁଥିଲେ । ବେଳେବେଳେ ଲୋକଙ୍କୁ ମାଗଣାରେ ସାନିଟାଇଜର ବାଣ୍ଟୁଥିଲେ । ସେହିଭଳି ବିଜୟଙ୍କୁ ଫୋନ୍ରେ ଅର୍ଡର ଦେଇ ନିଜ ଘରକୁ ଅତ୍ୟାବଶ୍ୟକ ଜିନିଷ ମଗାଉଥିଲେ । ଏହି ଲେଡି ଆଇପିଏସ୍ ନାଟକ ଦୀର୍ଘ ୧୫ ଦିନ ଧରି ଚାଲିଥିଲେ ହେଁ କେହି ଜାଣି ପାରିନଥିଲେ ।
ଦୁଇ ଦିନ ତଳେ ଶର୍ମିଷ୍ଠା ଜଣେ କନେଷ୍ଟବଳଙ୍କ ବଦଳି ପାଇଁ ବିଜୟଙ୍କୁ ଫୋନ୍ କରି କହିଥିଲେ । ବିଜୟ ତାଙ୍କୁ କହିଥିଲେ, ବରିଷ୍ଠ ଅଧିକାରୀଙ୍କ ଛଡ଼ା ଏହି କାମ ଆଉ କେହି କରିପାରିବେ ନାହିଁ ।
ଗତକାଲି ଅପରାହ୍ଣରେ ଶର୍ମିଷ୍ଠାଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା । ଡିସିପି ଅନୁପ ସାହୁଙ୍କୁ ଫୋନ କରି ନିଜକୁ ଆଇପିଏସ୍ ବୋଲି ପରିଚୟ ଦେଇ ଲକ୍ଡାଉନ୍ ଯାଞ୍ଚ ସମ୍ପର୍କିତ ନାନାଦି କଥା ପଚାରିଥିଲେ । ଏପରିକି ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରସ୍ତାବମାନ ଦେଇଥିଲେ । ଥଟ୍ଟାମଜା କରୁଥିବା ଠଉରାଇ ଡିସିପି ଶ୍ରୀ ସାହୁ ତାଙ୍କ କଲ୍କୁ କାଟି ଦେଇଥିଲେ ।
ଏମିତି ବାରମ୍ବାର ଫୋନ୍ କରି ହଇରାଣ କରିବାରୁ ଡିସିପି ଶ୍ରୀ ସାହୁ ତାଙ୍କୁ ଧରିବାକୁ ଯୋଜନା କରିଥିଲେ । ସ୍ପେଶାଲ୍ ସ୍କ୍ୱାଡ୍ ଉକ୍ତ ଫୋନ୍ ନମ୍ବର ଟ୍ରାକିଂ କରି ଶର୍ମିଷ୍ଠା ଫରେଷ୍ଟପାର୍କ ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲା । ପରେ ମହିଳା ଥାନା ପୁଲିସ ସହାୟତାରେ ତାଙ୍କୁ ଘରୁ ଉଠାଇ ଆଣି ମହିଳା ଥାନାରେ ରଖାଯାଇଥିଲା । ଶର୍ମିଷ୍ଠା ଗର୍ଭବତୀ ଥିବା ଦେଖି ପୁଲିସ ପକ୍ଷରୁ ତାଙ୍କପ୍ରତି କୋହଳ ମନୋଭାବ ଦେଖାଇଥିଲେ । କ୍ୟାପିଟାଲ ଥାନା ପୁଲିସ୍ ଶର୍ମିଷ୍ଠାଙ୍କୁ କୋର୍ଟ ଚାଲାଣ ନ କରି ସିଆରପିସି ଧାରା ୪୧ରେ ନୋଟିସ୍ ଧରାଇ ତାଙ୍କୁ ଛାଡ଼ି ଦେଇଥିଲା ।