Odia News Portal

କଟକ ଚାଉଳିଆଗଞ୍ଜ ନିମ୍ବ ସାହି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: କଟକ ସହରରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି କଟକ ଜିଲ୍ଲାରୁ ୧୧୭ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ସହରରେ ପୁଣି ନୂଆ କଣ୍ଟେନମେଣ୍ଟ ଜୋନ୍‌ ଭାବେ ସାମ୍ନାକୁ ଆସିଛି ଚାଉଳିଆଗଞ୍ଜ ନିମ୍ବ ସାହି ଅଞ୍ଚଳ। CMC ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ବହୁ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ CMC ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସୂଚନା ଥାଉକି, ଗତକାଲି କେବଳ ୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ସିଏମସି କତ୍ତୃପକ୍ଷ । ଯେବେକି ସହରର ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ଆସିଛି ।