ଭୁବନେଶ୍ୱର : ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ପରେ ଦୁଷ୍କର୍ମ କରିିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ତାପସ ଦାସ(୧୯)।
ସୂଚନା ମୁତାବକ, ତାପସ ଖଣ୍ଡଗିରି ଥାନା ଅଧୀନ ପାତ୍ରପଡ଼ା ଅଞ୍ଚଳରେ ଘର ଭଡ଼ା ନେଇ ରହିବା ସହ ବସ୍ରେ ହେଲ୍ପର କାମ କରୁଥିଲେ । ଡୁମଡୁମା ଅଞ୍ଚଳରେ ରହୁଥିବା ଜଣେ ନାବାଳିକାଙ୍କୁ ତାପସ ଭଳିକି ଭଳି ଗିଫ୍ଟ ଆଇଟମ୍ ଦେଇ ପ୍ରେମ ଜାଲରେ ଫସାଇଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଗତ ୧୧ରେ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ । ପରେ ଏକ ଭଡ଼ା ଘରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ । ଅଭିଯୋଗ ପରେ ପୁଲିସ ଉକ୍ତ ଘରୁ ନାବାଳିକାଙ୍କୁ ଉଦ୍ଧାର କରିଛି । ନାବାଳିକାଙ୍କ ସହ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିଛି । ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।