Odia News Portal

୧୨ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ନୀଳଗିରି :  ନୀଳଗିରି ବ୍ଲକ ଅଧିନ ତେଲିପାଳ ପଂଚାୟତ ଅନ୍ତାଡାହି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଅନ୍ତାଡାହି ଗ୍ରାମର ସନ୍ତୋଷ ହେମ୍ରମଙ୍କ ଘର ଭିତରେ ଛପର ତଳେ ଏକ ଅହିରାଜ ସାପ ଗର୍ଜନ କରୁଥିବା ଶୁଣି ପରିବାର ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ।

ପରେ ସେହି ଅଂଚଳର ସାପ ଧରାଳି କାର୍ତିକଙ୍କୁ ଖବର ଦେବାପରେ ସେ ପହଁଚି ଅତି ସତର୍କତାର ସହ ସାପଟିକୁ ଉଦ୍ଧାର କରିଥିଲେ। ପରେ ସାପଟିକୁ ବନ ବିଭାଗ ସହାୟତାରେ ପାଖ ଜଙ୍ଗଲରେ ଛାଡି ଦିଆଯାଇଥିଲା ।  କୁଳଡିହା ଅଭୟାରଣ୍ୟ ପାଖରେ ହୋଇଥିବାରୁ ସାପଟି ସେହିଠାରୁ ଗାଁ ଭିତରକୁ ଖାଦ୍ୟ ଅନ୍ୱେଷଣରେ ଚାଲି  ଆସିଥିବା ଜଣାପଡିଛି।