Odia News Portal

ପୋଲ ତଳକୁ ଓଲଟିଲା ୧୦୨ ଜନନୀ ଆମ୍ବୁଲାନ୍ସ

ସୋର : ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା ୧୦୨ ଜନନୀ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ଗର୍ଭଵତୀ ମହିଳା। ବାଲେଶ୍ଵର ଜିଲ୍ଲା ସୋର କୁପାରୀ ରାସ୍ତାର କୋଚିଆକୋଇଲି ନିକଟରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥାନୀୟ ପୋଲିସ ପହଞ୍ଚଛି ଉଦ୍ଧାର କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗଡପୋଖରୀ ଗୁଆପାଳ ଗାଁ ନାମକ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଜନନୀ ଆମ୍ବୁଲାନ୍ସକୁ ପରିବାର ଲୋକ ଖବର ଦେଇଥିଲେ । ଖବର ପାଇ ଆମ୍ବୁଲାନ୍ସ ଆସି ଗର୍ଭବତୀ ମହିଳାଙ୍କୁ ମେଡିକାଲା ଯାଉଥିଲା । କିନ୍ତୁା ଭାରସାମ୍ୟ ହରାଇ ୨୦ଫୁଟ୍‌ ତଳକୁ ନୟନଯୋରିକୁ ଖସିପିଡ଼ିଥିଲା ଆମ୍ବୁଲାନ୍ସ । ତେବେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯାଇ ଖଇରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।