Odia News Portal

କରୋନା ପାଇଁ ଫିକା ପଡ଼ିଲା ସିଦ୍ଧ ବିନାୟକ ପୀଠ

ଗଞ୍ଜାମ : ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ପୂଜା କରାଯାଏ। ଓଡ଼ିଶାରେ ପିଲାମାନେ ଏହି ଦିନ “ଖଡ଼ିପୂଜା” କରି ବିଦ୍ୟା ଅନୁକୂଳ କରିଥାଆନ୍ତି। କିନ୍ତୁ ମହାମାରୀକରୋନା ପାଇଁ ଗଣପର୍ବ ଗଣେଶ ପୂଜା ଫିକା ପଡିଥିବାର ଦେଖିବାକୁ ମିଳିଛି । ବର୍ତମାନ ସାର୍ବଜନୀନ ପୂଜା ଉପରେ ରୋକ ଲଗାଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ପଞ୍ଚମା ସ୍ଥିତ ସିଦ୍ଧ ବିନାୟକ ପୀଠରେ ବିନା ଭକ୍ତଙ୍କ ପ୍ରବେଶରେ ପ୍ରଭୁଙ୍କର ରୀତିକାନ୍ତି କାର୍ଯ୍ୟ ସମ୍ପାଦନା କରାଯାଇଛି । ଓଡ଼ିଶା ସରକାରଙ୍କ କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇ ରୀତିକାନ୍ତ ଭାବରେ ସମ୍ପାଦନା କରାଯାଇଛି।

ଏହି କାର୍ଯ୍ୟକ୍ରମଙ୍କୁ କନିଷି ତହସିଲଦାର ତାପସ ରାଉତ , ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ସାହୁ, ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ ସ୍ଥାନୀୟ ସରପଞ୍ଚ, ପ୍ରଦୀପ କୁମାର ସାହୁ ଏବଂ କନିଷି Ri ପ୍ରଦୀପ ବେହେରା ମନ୍ଦିର ପରିଚାଳନା ଦାୟିତ୍ବରେ ଥିଲେ ସିଦ୍ଧ ବିନାୟକ ପୀଠର କିଛି ପୂଜକ ଉପସ୍ଥିତ ରହି ସିଦ୍ଧ ବିନାୟକଙ୍କ ରୀତିକନ୍ତି ପୂଜା ଅର୍ଚ୍ଚନା କରିଥିଲେ । ବିନା ଭକ୍ତ ରେ ମନ୍ଦିର ପରିସର ଖାଁ ଖାଁ ଲାଗୁଥିଲା ମନ୍ଦିର ର ଦୁଇ ପାର୍ଶ୍ଵର ମୁଖ୍ୟ ରାସ୍ତାକୁ ୫୦୦ ମିଟର ଦୂରରୁ ସିଲ କରାଯାଇଥିଲା।