Odia News Portal

ନିଲାମ ହେଲା ମହାତ୍ମା ଗାନ୍ଧିଙ୍କର ଚଷମା

ଲଣ୍ଡନ : ବ୍ରିଟେନର ଏକ ନିଲାମୀ ଘର ଦ୍ବାରା ସୁନାର  ଆସ୍ତରଣ ଥିବା ଚଷମାର ୨,୬୦,୦୦୦ ପାଉଣ୍ଡ ଅର୍ଥାତ ପ୍ରାୟ ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମୀ ହୋଇଛି। କୁହାଯାଉଛି ଯେ, ଏହି ଚଷମାକୁ ମହାତ୍ମା ଗାନ୍ଧି ପିନ୍ଧିଥିଲେ ଓ ପରେ ସେ ଏହାକୁ କାହାକୁ ଉପହାରରେ ଦେଇଥିଲେ। କୁହାଯାଉଛି ଯେ, ଏହି ଚଷମାର ମୂଲ୍ୟ ୧୦,୦୦୦ ରୁ ୧୫,୦୦୦ ପାଉଣ୍ଡ ପର୍ଯ୍ୟନ୍ତ ମିଳିବାର ଆଶା ଥିଲା, କିନ୍ତୁ ଅନଲାଇନ୍ ନିଲାମୀରେ ଏହାର ମୂଲ୍ୟ ବଢିଥିଲା ଓ ଶେଷରେ ୬ ଅଙ୍କରେ ଅଟକି ଥିଲା।

ଇଷ୍ଟ ବ୍ରିଷ୍ଟଲ ଅକ୍ସନ (East Bristol Auctions Ltd)  ର ନିଲାମକର୍ତ୍ତା ଆଣ୍ଡି ଷ୍ଟୋଭ ଶୁକ୍ରବାର ନିଲାମୀ ଡାକିବାର ପକ୍ରିୟା ଶେଷ କରି କହିଥିଲେ, ଅବିଶ୍ବାସନୀୟ ଜିନିଷର ଅବିଶ୍ବାସନୀୟ ଦାମ୍! ଯିଏକି ଏଥିପାଇଁ ନିଲାମ ଜିତିଛନ୍ତି ତାଙ୍କୁ ଧନ୍ୟବାଦ। ଏହି ଚଷମା କେବଳ ଆମ ପାଇଁ ନିଲାମୀର କୀର୍ତ୍ତୀମାନ ସୃଷ୍ଟି କରିଛି ବଂର ଏକ ଐତିହାସିକ ରୂପରେ ମଧ୍ୟ ମହତ୍ବପୂର୍ଣ୍ଣ ଅଟେ।

ବିକ୍ରେତା କହିଥିଲେ, ଏହାର କୌଣସି ମୂଲ୍ୟ ନାହିଁ ଓ ଯଦି ଏହା ବିକ୍ରି କରିବା ଯୋଗ୍ୟ ନହେବ ତେବେ ଫେରାଇ ଦିଅନ୍ତୁ। ଷ୍ଟୋଭଙ୍କ କହିବା ଅନୁସାରେ, ନିଲାମୀର ମୂଲ୍ୟ ଦେଖି ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଅଦ୍ଭୁତ ନିଲାମୀ ଥିଲା। ଚଷମାର ନୂଆା ମାଲିକ ଦକ୍ଷିଣ ପଶ୍ଚିମ ଇଂଲଣ୍ଡର ସାଉଥ୍ ଗ୍ଲୁସେଷ୍ଟରଶାୟରର ମାଙ୍ଗୋଟ୍ସଫିଲ୍ଡ ଜଣେ ବୃଦ୍ଧ, ଯିଏକି ନିଜର ଝିଅ ସହିତ ମିଶି ୨,୬୦,୦୦ ପାଉଣ୍ଡ ମୂଲ୍ୟ ଦେଇଥିଲେ।

ଉଲ୍ଲେଖନୀୟ ଯେ, ବିକ୍ରେତା ପରିବାର ପାଖରେ ଏହି ଚଷମା ବହୁତ ପୂର୍ବରୁ ଥିଲା। ତାଙ୍କ ବାପା ତାଙ୍କୁ କହିଥିଲେ, ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଏହା ପୁରସ୍କାରରେ ମିଳିଥିଲା, ଯେତେବେଳେ ସେ ଦକ୍ଷିଣ ଆଫ୍ରିକାରେ ୧୯୧୦ରୁ ୧୯୩୦ ଭିତରେ ବ୍ରିଟିସ୍ ପେଟ୍ରୋଲିୟମରେ କାମ କରୁଥିଲେ। ଚଷମାର ପ୍ରାମାଣିକତା ସମ୍ପର୍କରେ ଷ୍ଟୋଭ କହିଛନ୍ତି, ବିକ୍ରେତା ଯେଉଁ କାହାଣୀ କହିଛନ୍ତି ତାହା ଏକଦମ୍ ଠିକ୍ ସେଭଳି ଯେଉଁଭଳି ତାଙ୍କର ବାପା ତାଙ୍କୁ ୫୦ ବର୍ଷ ପୂର୍ବେ ଶୁଣାଇଥିଲେ। କୁହାଯାଉଛି ଯେ, ଦକ୍ଷିଣ ଆଫ୍ରିକାରେ ପ୍ରାରମ୍ଭିକ ବର୍ଷରେ ଗାନ୍ଧିଜୀଙ୍କ ପାଖରେ ଏହି ଚଷମା ଥିଲା।