Odia News Portal

ରାସ୍ତାରାସ୍ତା ଅବରୋଧ ଯୋଗୁଁ ୧୦୮ ଆମ୍ବୁଲାନ୍ସ ହେଲା ହଟହଟା

କଟକ : ଆଜି ସଂଧ୍ୟାରେ କଟକ ବାମ୍ଫିସାହି କୁମ୍ଭୀରସାହିର ରାଜେନ୍ଦ୍ର ଚେମେଇ ନାମକ  ୬୫ ବର୍ଷୀୟ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ।  କିଛି ସମୟ ମଧ୍ୟରେ  ଆମ୍ବୁଲାନ୍ସ ପହଁଚି ଥିଲେ ମଧ୍ୟ ରୋଗୀ ନିକଟରେ ପହଁଚିବା ପାଇଁ  ହଟହଟା ହେବାକୁ ପଡିଥିଲା।
ଆମ୍ବୁଲାନ୍ସଟି ହନୁମାନ ଛକ କୈବଲ୍ୟ କୁଟୀର ନିକଟରେ ରାସ୍ତା ଅବରୋଧ ହୋଇ ଅନନ୍ତ ବାସୁଦେବ ଠାକୁର ଘରର ଏକ ଛେଚିସ (ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବହୃତ ) ଦୀର୍ଘ ଦିନ ଧରି ପଡ଼ି ଥିବାରୁ ଆମ୍ବୁଲାନ୍ସଟି ଯାଇ ପାରି ନ ଥିଲା। ୧୦୮ ଆମ୍ବୁଲାନ୍ସଟି ଯାହା ଫଳରେ ପଛକୁ ଫେରି ଝାଞ୍ଜିରୀ ମଙ୍ଗଳା କୁସୁନପୁର ଦେଇ ନଦୀବନ୍ଧରେ ଦେଇ ପୁରୀଘାଟ ବଙ୍ଗାଳି ସାହି, ବାମ୍ଫିସାହି କୁମ୍ଭୀର ସାହିରେ ରୋଗୀ ପାଖରେ ପହଞ୍ଚିବା ପାଇଁ  ପ୍ରାୟ ୫ କିଲୋମିଟର ବୁଲିବାକୁ ପଡିଥିଲା ।