ଭୁବନେଶ୍ୱର : ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଜଣେ ପରୋଉପକାରୀ ବହୁ ପରିଚିତ ଲୋକପ୍ରିୟ ବିଧାୟକ । ସାରାଜୀବନ ସେ ଜନସାଧାରଣ ମାନଙ୍କର ସେବା ପାଇଁ ନିଜ ଜୀବନକୁ ସମର୍ପଣ କରିଦେଇଛନ୍ତି । ଲଗଡାଉନ ଠାରୁ ଆରମ୍ଭ କରି covid ପଯେଟିବି ହେବା ପୂର୍ବ ପର୍ଯ୍ୟନ୍ତ ଲୋକ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଠାରୁ ରନ୍ଧା ଖାଦ୍ୟ, covid ପରୀକ୍ଷଣ କେନ୍ଦ୍ର, ବିଭିର୍ନ ଅଞ୍ଚଳକୁ ବିଶୋଧନ ଠାରୁ ଆରମ୍ଭ କରି ବିଭିର୍ନ କାର୍ଯ୍ୟ କରି ଲୋକମାନଙ୍କର ହୃଦୟରେ ଅଛନ୍ତି ।
କିଂନ୍ତୁ ଦୁଃଖର ବିଷୟ ଏତେ ସଚେତନ ସହ କାମ କରିବା ପରେ ମଧ୍ୟ ଅଜାଣତରେ କାହା ସାମାନ୍ୟ ତମ ସଂସ୍ପର୍ଶରେ ଆସି ପଯେଟିବି ରେ ଚିକିତ୍ସାଧୀନ ହେଉଛନ୍ତି । ଏଥିପାଇଁ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଜଲଦି ସୁସ୍ଥ ହୋଇ ପୁନର୍ବାର ଲୋକମାନଙ୍କୁ ସେବା ଯୋଗାଇଦେବା ଉଦ୍ଧେଶ୍ୟରେ ଶନିବାର ନୂଆପଲ୍ଲୀ ୱାର୍ଡ ନମ୍ବର ୩୯ ଅଧୀନରେ ଥିବା ନୁଆସାହିର ଆଖଣ୍ଡଳମଣି ମନ୍ଦିର ରେ ସମାଜସେବୀ ତଥା ଶ୍ରୀ ମହାବୀର ସାମାଜିକ ସଂଗଠନ ର ସାଧାରଣ ସମ୍ପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ଏକ ସମୂହ ଦୀପଦାନ କାର୍ଯ୍ୟକ୍ରମ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟ ରେ ୱାର୍ଡ ନମ୍ବର ୩୮ର ପୂର୍ବତନ କର୍ପୋରେଟର ନିଖିଳ କୁମାର ବଳବନ୍ତରାୟ, ବଦ୍ରି ନାରାୟଣ ମିଶ୍ର, ଅର୍ଜୁନ ବେହେରା, ଅନୁଜ ଚନ୍ଦନ ନାୟକ, ଶୁଭେନ୍ଦୁ ନାୟକ, ସମିରଣ ଦାସ, ସୌମ୍ୟ ରଞ୍ଜନ ସ୍ୱାଇଁ, ପ୍ରଭୁଦତ୍ତ ସାମଲ ଓ ନିହାର ରଞ୍ଜନ ମହାପାତ୍ର ଙ୍କ ସମେତେ ମହାବୀର ସାମାଜିକ ସଂଗଠନ ର ଅନେକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।