Odia News Portal

ବାଲେଶ୍ବରରେ ମାତିଛନ୍ତି ଲୁଟେରା : ୨୫ ଲକ୍ଷ ଟଙ୍କାର ଗହଣା ଲୁଟିନେଲେ

ବାଲେଶ୍ବର : ବାଲେଶ୍ବରରେ ମାତିଛନ୍ତି ଲୁଟେରା । ଅଳଙ୍କାର ଦୋକାନରୁ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ଗହଣା । ବସ୍ତା ଥାନା ହଳଦୀପାଳ ବଜାରରେ ଥିବା ଗହଣା ଦୋକାନରୁ ୫୦୦ ଗ୍ରାମ ସୁନା ଓ ୧୫କେଜି ରୂପା ଲୁଟି ନେଇଛନ୍ତି । ଅଳଙ୍କାର ଦେ।କାନରେ ଲୁଟ୍ ପରେ ବଜାର ସ୍ଥିତ ସିଣ୍ଡିକେଟ ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ କରିଥିଲେ । ହେଲେ କୌଣସି କାରଣରୁ ଲୁଟିବାରେ ସଫଳ ହୋଇନାହାନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୁଟେରାଙ୍କୁ ଧରିବାକୁ ଛାନଭିନ ଚଳାଇଛି ।