ଭୁବନେଶ୍ୱର : ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ନୁଆପଲ୍ଲୀ ଗ୍ରାମ ଯେଉଁଠି ମଧ୍ୟ ଭୁବନେଶ୍ୱରର ଲୋକପ୍ରିୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ସ୍ଥାନୀୟ ବାସିନ୍ଦା ପୂଜାର୍ଚ୍ଚନା କରିଛନ୍ତି । ବିଧାୟକ ନିଜର ପରୋପକାରୀ ମନୋଭାବ ଯୋଗୁଁ କୋଭିଡ ଲକ୍ଷଣର ଶିକାର ହେବା ପରେ ନୁଆପଲ୍ଲୀ ବେହେରାସାହି ନୀଳକଣ୍ଠେଶ୍ୱର ମନ୍ଦିରରେ ପବିତ୍ର ଗଣେଶ ଚତୁର୍ଥୀ ଦିନ ବିଘ୍ନ ବିନାଶକଙ୍କୁ ନିଜ ପ୍ରିୟ ବିଧାୟକଙ୍କ ବିଘ୍ନ ନାଶ କରିବାକୁ ପ୍ରାର୍ଥନା କରାଯିବା ସହ ଦୀପଦାନ କରାଯାଇଛି ।
ସ୍ଥାନୀୟ ନୀଳକଣ୍ଠେଶ୍ୱର ଓନର ଆସୋସିଏସନର ସଦସ୍ୟ ଓ ବାସିନ୍ଦା ମାନେ ନିଜ ପ୍ରିୟ ବିଧାୟକଙ୍କୁ କରୋନା କବଳରୁ ଶୀଘ୍ର ଭଲ କରିବାକୁ ଏକାଗ୍ର ଚିତ୍ତରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । କଳିଙ୍ଗ କ୍ରୀଡ଼ା ପରିଷଦର ସଭାପତି ତଥା ସ୍ଥାନୀୟ ଯୁବ ନେତୃତ୍ୱ ଅର୍ଜୁନ ବେହେରାଙ୍କ ନେତୃତ୍ୱରେ ଏହି ସାମୁହିକ ଦୀପଦାନ ଓ ସମୂହ ପ୍ରାର୍ଥନାର ଆୟୋଜନ କରାଯାଇଥିଲା ।
ନୀଳକଣ୍ଠେଶ୍ୱର ଡେଭଲପମେଣ୍ଟ ଆସୋସିଏସନର ସଭାପତି ବରିଷ୍ଠ ନାଗରିକ ଯୋଗେଶ ସାହୁ, ସମ୍ପାଦକ ମୁକୁନ୍ଦ ଚନ୍ଦ୍ର ଜେନା , ଉପସଭାପତି କୈଳାଶ ଚନ୍ଦ୍ର ବାରିକ, ସିଦ୍ଧେଶ୍ୱର ବେହେରା ,ବିଜୟ କୁମାର ମହାପାତ୍ର, ପ୍ରଦୀପ ପଟ୍ଟନାୟକ, ରାଜ କିଶୋର ମହାରଣା, ରବୀନ୍ଦ୍ର ସାମଲ, ସଞ୍ଜୟ ବେହେରା ପରିଷଦର ସମ୍ପାଦକ ମନୋରଞ୍ଜନ ବେହେରା ଏବଂ ସର୍ବେଶ୍ୱର, ଗଣେଶ , ନିହାର, ରଞ୍ଜନ, ରବି, ପ୍ରଭୁଦତ୍ତ, ଓ ଅନେକ ଯୁବବର୍ଗ ବରିଷ୍ଠ ନାଗରିକ ସ୍ୱପ୍ରବୃତ ଭାବେ ମନ୍ଦିରରେ ପ୍ରାଙ୍ଗଣରେ ସାମିଲ ହୋଇ ପ୍ରାର୍ଥନା କରିଛନ୍ତି ।