Odia News Portal

କାଲିଠାରୁ ବ୍ରହ୍ମପୁର ସହରବାସୀଙ୍କୁ ମିଳିବ ଆଶ୍ବସ୍ତି

ବ୍ରହ୍ମପୁର : କାଲିଠାରୁ ବ୍ରହ୍ମପୁର ସହରବାସୀଙ୍କୁ ମିଳିବ ଆଶ୍ବସ୍ତି। ଦୀର୍ଘଦିନର ବ୍ୟବଧାନ ପରେ ସ୍ବାଭାବିକ ହେବାକୁ ଯାଉଛି ବ୍ରହ୍ମପୁର ସହର ସ୍ଥିତି। କରୋନା ଯୋଗୁଁ ବନ୍ଦ ହୋଇଯାଇଥିଲା ବିଭିନ୍ନ ବାଣିଜ୍ୟ ପ୍ରତିଷ୍ଠାନ ଓ ବେସରକାରୀ ସଂସ୍ଥା। ଲୋକଙ୍କୁ  ସହର ମଧ୍ୟକୁ  ପ୍ରବେଶ ଓ ପ୍ରସ୍ଥାନ ଉପରେ ମଧ୍ୟ ରୋକ ଲାଗିଥିଲା ଯାହା ଆଜି ଶେଷ ହେଉଛି।

କାଲିଠୁ ବ୍ରହ୍ମପୁର ସହରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଥିବା କଟକଣା ଉଠିବ । ଏନେଇ ବ୍ରହ୍ମପୁର ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି । ସେହିପରି ମାର୍କେଟ ଖୋଲିବା ସମୟସୀମାରେ ପରିବର୍ତ୍ତନ କରାଯାଇଛି । କାଲିଠୁ ପ୍ରତିଦିନ ସକାଳ ୫ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ବ୍ରହ୍ମପୁର ସହରରେ ଦୋକାନ ବଜାର ଖୋଲିବ । ପୂର୍ବରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ମାର୍କେଟ ଖୋଲୁଥିଲା । ତେବେ ସାପ୍ତାହିକ ସଟଡାଉନ୍‌ ଜାରି ରହିବ ବୋଲି ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି ।